ଓଡିଶା

odisha

ETV Bharat / state

ପୋଖରୀରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - ପୋଖରୀରେ ଭାସୁଛି ମଆ-ପୁଅଙ୍କ ମୃତଦେହ

କଟକ ଜିଲ୍ଲା ନିଆଳିର ଏକ ପୋଖରୀରେ ମାଆ-ପୁଅଙ୍କ ମୃତଦେହ ଭାସୁଥିବା ସୂଚନା । ଖବର ପାଇ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

ପୋଖରୀରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ପୋଖରୀରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

By

Published : Nov 18, 2021, 9:42 AM IST

ନିଆଳି: କଟକ ଜିଲ୍ଲା ନିଆଳିର ଏକ ପୋଖରୀରେ ଭାସୁଛି ମାଆ ଓ ପୁଅର ମୃତଦେହ । ଖବର ପାଇ ଉଦ୍ଧାର କରିଛି ପୋଲିସ । ବିଶ୍ବନାଥ ମନ୍ଦିର ଦର୍ଶନ କରି ଫେରିବା ସମୟରେ ଶୌଚ ପାଇଁ ଯାଇ ମାଆ-ପୁଅଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ନିଆଳିର କୃଷ୍ଣ ପ୍ରସାଦ ପଞ୍ଚାୟତ ପୁରୁଣାସାତଙ୍ଗ ଗାଁ ନିକଟରେ ଏହି ଅଘଟଣ ଘଟିଛି ।

ରୀତା ମିଶ୍ର ନାମକ ଏକ ମହିଳା ପୁରୁଣାସାତଙ୍ଗ ନିଜ ବାପ ଘର ବୈଦ୍ଯଶ୍ବର ପଣ୍ତାଙ୍କ ଘରକୁ ଆସିଥିଲେ । ଆଜି ସକାଳେ ୮ ବର୍ଷର ପୁଅ ରଞ୍ଜିତ ମିଶ୍ରଙ୍କୁ ନେଇ ବିଶ୍ବନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ଫେରିବା ବାଟରେ ଏକ ପୋଖରୀକୁ ଶୌଚ ପାଇଁ ଯାଇ ଜଳ ସମାଧି ହୋଇଛନ୍ତି ବୋଲି ଅନୁମାନ କରାଯାଉଛି । କିନ୍ତୁ କେଉଁ କାରଣରୁ ମୃତ୍ୟୁ ଘଟିଛି ସେନେଇ ସ୍ପଷ୍ଟ ହୋଇନାହିଁ । ପ୍ରଥମେ ଶିଶୁ ପୁତ୍ର ଓ ପରେ ମାଆଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ତେବେ ଏହା ଆତ୍ମହତ୍ୟା କି ଅସାବଧାନତାରୁ ମୃତ୍ୟୁ ହୋଇଛି ତାହା ଏବେ ରହସ୍ୟ ଘେରରେ । ଘଟଣାସ୍ଥଳରେ ନିଆଳି ପୋଲିସ ପହଞ୍ଚି ତଦନ୍ତ କରିବା ସ‌ହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇଛି । ତେବେ ରୀତା ମିଶ୍ର କାକଟପୁର ଅଞ୍ଚଳର ଭିଡାବନ୍ଧରେ ବିବାହ କରିଥିଲେ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details