ଓଡିଶା

odisha

ETV Bharat / state

କୁଖ୍ୟାତ ଅପରାଧୀ ବିକା ଓ ଟିକିନା ଗିରଫ

କଟକ ପାଟଣା ଅଞ୍ଚଳର କଣ୍ଟ୍ରାକ୍ଟର ଗତି ରାଉତଙ୍କୁ ବନ୍ଧୁକ ଦେଖାଇ ଏକଲକ୍ଷ ଟଙ୍କା ମାଗିବା ଅଭିଯୋଗରେ କୁଖ୍ୟାତ ଅପରାଧୀ ବିକା ଓ ଟିକିନା ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Oct 23, 2020, 7:46 PM IST

କୁଖ୍ୟାତ ଅପରାଧୀ ବିକା ଓ ଟିକିନା ଗିରଫ
କୁଖ୍ୟାତ ଅପରାଧୀ ବିକା ଓ ଟିକିନା ଗିରଫ

କଟକ: ଗିରଫ ହେଲେ କୁଖ୍ୟାତ ଅପରାଧୀ ବିକା ଓ ଟିକିନା । ପାଟଣା ଅଞ୍ଚଳର କଣ୍ଟ୍ରାକ୍ଟର ଗତି ରାଉତଙ୍କୁ ବନ୍ଧୁକ ଦେଖାଇ ଏକ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଗିରଫ ହୋଇଛନ୍ତି । ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ ଗତି ରାଉତଙ୍କୁ ବନ୍ଧୁକ ଦେଖାଇ ବିକା ଓ ଟିକିନା ଏକ ଲକ୍ଷ ଟଙ୍କା ମାଗିଥିଲେ । ସେ ଭୟରେ ବିକା ଓ ଟିକିନାଙ୍କୁ 50 ହଜାର ଟଙ୍କା ଦେଇ ପରେ ଆଉ କିଛି ଦେବେ ବୋଲି କହିଥିଲେ । ପୁଣି ଥରେ ତାଙ୍କ ସହ ସମାନ ଘଟଣା ଘଟିବାରୁ ସେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲାକୁ ଗୁରୁତର ଭାବେ ନେଇ ଆଜି(ଶୁକ୍ରବାର) ବିକି ଓ ଟିକିନାଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ 4ଟି ଅଫୁଟା ଗୁଳି, ଦାମୀ ମୋବାଇଲ ଏବଂ ଗୋଟିଏ କାର ଜବତ କରିଛି । ତେବେ ଉଭୟଙ୍କ ନାଁରେ ପୂର୍ବରୁ ଜଗତସିଂହପୁର ଓ କଟକର ବିଭିନ୍ନ ଥାନାରେ ମାମଲା ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details