ଓଡିଶା

odisha

ETV Bharat / state

‘ନିର୍ଯାତନା ଘଟଣା ଘୋଡାଇବା ପାଇଁ ଟାଟୁ କଥା ଉଠିଲା’

ନିର୍ଯାତନା ଘଟଣା ଘୋଡାଇବା ପାଇଁ ଟାଟୁ କଥା ଉଠିଛି ବୋଲି କହିଛନ୍ତି ଅଭିଯୋଗକାରୀ ମୋହିତଙ୍କ ପତ୍ନୀ ସୋନାଲି । ଅଧିକ ପଢନ୍ତୁ...

By

Published : Jul 23, 2021, 7:32 PM IST

Updated : Jul 23, 2021, 9:28 PM IST

ନିର୍ଯାତନା ଘଟଣା ଘୋଡାଇବା ପାଇଁ ଟାଟୁ କଥା ଉଠିଲା: ସୋନାଲି
ନିର୍ଯାତନା ଘଟଣା ଘୋଡାଇବା ପାଇଁ ଟାଟୁ କଥା ଉଠିଲା: ସୋନାଲି

କଟକ:ସ୍ବାମୀକୁ ସ୍ତ୍ରୀ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ସ୍ତ୍ରୀ ସୋନାଲି । ନିର୍ଯାତନା ଘଟଣାକୁ ଘୋଡାଇବା ପାଇଁ ସ୍ବାମୀ ମୋହିତ ଶର୍ମା ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସୋନାଲି ତାଙ୍କ ପ୍ରେମିକଙ୍କ ସହିତ ମିଶି ତାଙ୍କୁ ଓ ପରିବାରକୁ ନିର୍ଯାତନା ଦେଇଥିଲେ ବୋଲି ଗତ ଗୁରୁବାର ସ୍ବାମୀ ମୋହିତ ପତ୍ନୀ ସୋନାଲିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

‘ନିର୍ଯାତନା ଘଟଣା ଘୋଡାଇବା ପାଇଁ ଟାଟୁ କଥା ଉଠିଲା’

ବାହାଘରର କିଛିଦିନ ସମ୍ପର୍କ ଠିକ ଥିଲା । ବାପ ଘର ଟଙ୍କା ନଦେବାରୁ ଆରମ୍ଭ ହେଲା ନିର୍ଯାତନା । ମୋ ଦେହରେ ରହିଥିବା ଟାଟୁ ବିଷୟରେ ମୋହିତ ଜାଣିଥିଲେ। ମୋହିତଙ୍କ ଉପସ୍ଥିତିରେ ଟାଟୁକୁ ଲିଭାଇ ଦେଇଛି । ସ୍ତ୍ରୀ ହିସାବରେ ସବୁ ପ୍ରକାର ବୁଝାମଣା କରିବାକୁ ଚେଷ୍ଟା କରିଛି ବୋଲି କହିଛନ୍ତି ସୋନାଲି । ଶାଶୁଙ୍କ ଭୂମିକାକୁ ନେଇ ପ୍ରଶ୍ନ କଲେ ସୋନାଲି । ଶାଶୁ ହୋଇ ସେ ନିର୍ଯାତନା ଦେଇଛନ୍ତି ବୋଲି ସୋନାଲି ଅଭିଯୋଗ ଆଣିଛନ୍ତି ।

ମୋହିତ ଓ ସୋନାଲିଙ୍କୁ ଆଜି(ଶୁକ୍ରବାର) ମହିଳା ଥାନାରେ କାଉନସେଲିଂ କରାଯାଇଛି । ପରବର୍ତ୍ତୀ କାଉନସେଲିଂ ଅଗଷ୍ଟ ୩ ତାରିଖକୁ ରହିଛି । ଯେଉଁଥିରେ ଉଭୟଙ୍କ ପରିବାର ଲୋକେ ଉପସ୍ଥିତ ରହିବେ। ତେବେ ସୂଚନା ଥାଉ କି ମର୍କତ ନଗର ଥାନା ଅଞ୍ଚଳ ସିଡିଏ ୭ ନମ୍ବର ଘଟିଛି ଏଭଳି ଘଟଣା । ମୋହିତ ଓ ସୋନାଲି ଫେସବୁକରେ ଚାଟିଙ୍ଗ କରିବା ପରେ ତାଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଦୁହେଁ ବିବାହ କରିଥିଲେ । କିନ୍ତୁ ବିବାହ ପରେ ମୋହିତଙ୍କ ଦାମ୍ପତ୍ୟ ଜୀବନରେ ସୋନାଲିଙ୍କ ପ୍ରେମିକର କଳା ଛାୟା ପଡିଥିଲା ।

ସୋନାଲି ପ୍ରେମିକଙ୍କ ସହ ମିଶି ତାଙ୍କୁ ଅତ୍ୟାଚାର କରୁଥିଲେ ବୋଲି ମୋହିତ ଅଭିଯୋଗ କରିଛନ୍ତି । ସୋନାଲି ଶାଶୁ ଓ ଶ୍ବଶୁରଙ୍କୁ ମଧ୍ୟ ନିର୍ଯାତନା ଦେଉଥିଲେ । ନିର୍ଯାତନାକୁ ନେଇ ମୋହିତ ଏବେ ପୋଲିସର ସହାୟତା ଲୋଡି ନ୍ୟାୟ ପାଇଁ ଦାବି କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jul 23, 2021, 9:28 PM IST

ABOUT THE AUTHOR

...view details