ଓଡିଶା

odisha

ETV Bharat / state

ପୁଣି ମାଡି ଆସୁଛି କୋଭିଡ୍, କେତେ ପ୍ରସ୍ତୁତ SCB ?

କୋରନା ସଂକ୍ରମଣ ପାଇଁ ଆଜି ଦ୍ବିତୀୟ ଦିନରେ କଟକ ଏସସିବି ମେଡିକାଲରେ କରୋନା ମୁକାବିଲା ପାଇଁ ମକଡ୍ରିଲ କରାଯାଇଛି । ଅଧିକ ପଢନ୍ତୁ

mock drill in scb medical
mock drill in scb medical

By

Published : Apr 11, 2023, 4:02 PM IST

mock drill in scb medical

କଟକ: ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହାକି ସ୍ବସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି, ତଥାପି ଏହାକୁ ନେଇ ସେତେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ବିଭିନ୍ନ ରାଜ୍ୟରେ ଏଥିପାଇଁ ସଜାଗ ରହିବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ କୋରୋନାକୁ ଦୃଷ୍ଟିରେ କଟକ ଏସସିବି ମେଡ଼ିକାଲରେ ଆଗୁଆ ପ୍ରସ୍ତୁତି କରାଯାଇଥିବା କୁଳସଚିବ କହିଛନ୍ତି ।

କୋରନା ସଂକ୍ରମଣ ପାଇଁ ଆଜି ଦ୍ବିତୀୟ ଦିନରେ କଟକ ଏସସିବି ମେଡିକାଲରେ କରୋନା ମୁକାବିଲା ପାଇଁ ମକଡ୍ରିଲ କରାଯାଇଛି। କୋଭିଡ୍ ରୋଗୀଙ୍କୁ ଆମ୍ବୁଲାନ୍ସରେ ଆଣି ହସ୍ପିଟାଲରେ କୋଭିଡ୍ ପରୀକ୍ଷା କରିବା ସହ ଓପିଡିରେ ଡାକ୍ତର ପରୀକ୍ଷା କରାଯାଇଛି । ତେବେ କୋଭିଡ୍ ମୁକାବିଲା ପାଇଁ ଏସସିବି ମେଡିକାଲ ସମୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସସିବିର ପ୍ରଶାସନିକ ଅଧିକାରୀ। ଏସସିବିରେ 20ଟି ଜେନେରାଲ ବେଡ୍ ପ୍ରସ୍ତୁତ ରଖାଯିବା ସହ ୨ଟି ଆଇସିୟୁ ବେଡ୍ ପ୍ରସ୍ତୁତ ରହିଛି। ଏବେ ଜଣେ ରୋଗୀ ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ଜଣେ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ତେବେ ଆଗକୁ ସଂକ୍ରମଣ ବଢିଲେ ବେଡ୍ ସଂଖ୍ୟା ବଢାଯିବ ବୋଲି କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ।

ତେବେ ଏହି ମକ ଡ୍ରିଲ ସମୟରେ ଏସସିବି କୋଭିଡ ହସ୍ପିଟାଲର ସ୍ଥିତି ଓ ଭିତ୍ତିଭୂମି ସମ୍ପର୍କିତ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହି ତଥ୍ୟ ମୁତାବକ ବର୍ତ୍ତମାନ ଏସସିବିରେ 18 ଟି ଶଯ୍ୟା ବିଶିଷ୍ଟ ଗୋଟିଏ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ରହିଛି । ଏହି ହସ୍ପିଟାଲରେ 2 ଟି ICU ବେଡ଼ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ଛଡା 24 ଘଣ୍ଟିଆ ଖୋଲା ରହୁଥିବା ଫିବର କ୍ଲିନିକ ବି କାର୍ଯ୍ୟକ୍ଷମ ରହିଛି ।

ରୋଗୀ ସଂଖ୍ୟା ବୃଦ୍ଧି ପାଇଲେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ସେହିପରି ପୂର୍ବରୁ ପ୍ରତିଦିନ ହାରାହାରି ଦେଢ଼ ହଜାର କୋଭିଡ ଟେଷ୍ଟ କରାଯାଉଥିବା ବେଳେ ଏବେ ଅଧିକରୁ ଅଧିକ ସଂଖ୍ୟକ ଟେଷ୍ଟ କରାଯିବା ଉପରେ ଗୁରୁତ୍ବ ଦିଆଯିବା ସହ 24 ଘଣ୍ଟିଆ ଟେଷ୍ଟ ସୁବିଧା ଉପଲବ୍ଧ କରାଯାଇଛି । ଟେଷ୍ଟ ପାଇଁ ଆବଶ୍ୟକ ହେଉଥିବା ପର୍ଯ୍ୟାପ୍ତ ପରିମାଣର ଟେଷ୍ଟିଂ କିଟ୍ ମହଜୁଦ ରଖାଯାଇଛି । ଏହା ବ୍ୟତୀତ କୋଭିଡ ରୋଗୀଙ୍କ ପାଇଁ ଔଷଧ ଓ ଅକ୍ସିଜେନ ମଧ୍ୟ ମହଜୁଦ ରଖାଯାଇଛି । ତେବେ ରୋଗୀ ସଂଖ୍ୟା ବଢିଲେ ଉଭୟ ଔଷଧ ଓ ଅକ୍ସିଜେନ ଆମଦାନୀ ମଧ୍ୟ ବୃଦ୍ଧି କରାଯିବ । ସେହିପରି କୋଭିଡ ହସ୍ପିଟାଲ ଦାୟିତ୍ବରେ ଜଣେ ଡାକ୍ତରଙ୍କୁ ସୁପରଭାଇଜିଂ ନିୟୋଜିତ କରାଯାଇଛି। ଏଥିସହ ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବରେ ନିୟୋଜିତ କରାଯାଇଥିବା ଏସସିବି କତ୍ତୃପକ୍ଷ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ପୂର୍ବ ଅଭିଜ୍ଞତାକୁ ନେଇ କରୋନାରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ଚିକିତ୍ସା କରାଯିବ। ଯାହାକି ସମସ୍ତଙ୍କୁ ଏହା ସହାୟକ ହେବ ବୋଲି ଡ. ଅବିନାଶ ରାଉତ କହିଛନ୍ତି।

ଇଟିଭି ଭାରତ, କଟକ

ABOUT THE AUTHOR

...view details