ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢୁଛି ଦୁର୍ଷ୍କମ । କଟକରେ ନବମ ଶ୍ରେଣୀ ନାବାଳିକାଙ୍କୁ 22ଦିନ ଧରି ଗଣଦୁର୍ଷ୍କମ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ ବିଜେପି ।
‘ସାତମାସ ବାହାରକୁ ବାହାରି ନଥିବା ମୁଖ୍ୟମନ୍ତ୍ରୀ ଜାଣିବେ କଣ ?’ - bjp target to state govt
କଟକ ନାବାଳିକା ଗଣଦୁର୍ଷ୍କମ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ ବିଜେପି । ଅଧିକ ପଢନ୍ତୁ...
କଟକ ଭଳି ଜାଗାରେ ଏପରି ଘଟଣା ପୋଲିସ ଟେର ନପାଇବା ର୍ଦୁଭାଗ୍ୟଜନକ ବୋଲି କହିଛି ବିଜେପି । ସରକାର ଖାଲି ନିର୍ବାଚନ ଲଢୁଛନ୍ତି । ରାଜ୍ୟରେ କଣ ଘଟୁଛି ତା ଉପରେ ସରକାରଙ୍କ ନଜର ପଡୁନି । ଅପରାଧ ଜାଲରେ ଫଶୁଛି ରାଜ୍ୟ କାହାରି ମୁହଁ ଖୋଲୁନି । ପୋଲିସ ଓ ପ୍ରଶାସନ ଯେତେବେଳେ ଶାସକ ଦଳ ସହ ମାତି ନିର୍ବାଚନ ଲଢ଼ିବାକୁ ଯଆନ୍ତି ଏମିତି ହୁଏ ବୋଲି କହିଛି ରାଜ୍ୟ ବିଜେପି । ସାତ ମାସ ହେବ ମୁଖ୍ୟମନ୍ତ୍ରୀ ପଦାକୁ ବହାରିଲେନି ଜାଣିବେ କଣ । ପ୍ରାୟ ସବୁଦିନ ଭୁବନେଶ୍ବର ଓ ତା ଉପଖଣ୍ଡରେ ଏମିତି ଘଟଣା ଘଟୁଛି ହେଲେ କେହି ମୁହଁ ଖୋଲୁ ନାହାନ୍ତି । ସକକାରଙ୍କଠୁ ନ୍ୟାୟର ଆଶା ନାହିଁ । ଏ ସବୁ ଘଟଣା ପାଇଁ ସରକାର ଜବାବ ଦିଅନ୍ତୁ ନହେଲେ ଗାଦି ଛାଡ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ।
ଭୁବନେଶ୍ୱରରୁ ତପନ କୁମାର ଦାସ, ଇଟିଭି ଭାରତ