ଓଡିଶା

odisha

ETV Bharat / state

ମଧ୍ୟାହ୍ନ ଭୋଜନ ଖାଇ 33 ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ପୁଣି ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ ଗୋଟିଏ ସ୍କୁଲରୁ ଏକାଥରେ 33 ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ଘଟଣାକୁ ନେଇ ଅଭିବାବକ ମହଲରେ ଅସନ୍ତୋଷ ।

PHOTO
PHOTO

By

Published : Jan 9, 2020, 7:48 PM IST

Updated : Jan 9, 2020, 8:55 PM IST

କଟକ: କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଗୁରୁବାର ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଥିବା ୩୨ ଜଣ ପିଲାଙ୍କୁ କଟକ ଶିଶୁଭବନକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

ମଧ୍ୟାହ୍ନ ଭୋଜନ ଖାଇ 33 ଛାତ୍ରଛାତ୍ରୀ ଅସୁସ୍ଥ


ସୂଚନାନୁଯାୟୀ, ଗୁରୁବାର ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ସମୟରେ ପିଲାମାନଙ୍କ ପାଇଁ ଆସିଥିବା ଅକ୍ଷୟପାତ୍ର ଫାଉଣ୍ଡେଶନରୁ ମଧ୍ୟାହ୍ନ ଭୋଜନ କିଛି ପିଲା ଖାଇଥିଲେ। ୨ୟ ଶ୍ରେଣୀର ଜଣେ ଛାତ୍ରୀଙ୍କ ଖାଦ୍ୟରୁ ଏକ ବୁଢୀଆଣି ବାହାରିବାରୁ ଖାଦ୍ୟକୁ ଫୋପାଡି ଦେବା ସହିତ ଅନ୍ୟ ପିଲାଙ୍କୁ ଖାଦ୍ୟ ନ ଖାଇବାକୁ କହିଥିଲେ। ଏହାପରେ ଖାଦ୍ୟ ଖାଇଥିବା ପିଲାମାନେ ବାନ୍ତି କରିବାକୁ ଲାଗିଥିଲେ। ପରେ ସ୍କୁଲର ପ୍ରଧାନ ଶିକ୍ଷକ ଆମ୍ବୁଲାନ୍ସ ଡକାଇ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ। ତେବେ କେଉଁ କାରଣ ପାଇଁ ଅଘଟଣ ଘଟିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।


ତେବେ କର୍ତ୍ତୃପକ୍ଷ ବୁଢୀଆଣୀ ବାହାରିବା ଘଟଣାକୁ ଲୁଚାଉଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିବା ପିଲା ବାନ୍ତି କରିବାରୁ ଏବଂ ପ୍ରଧାନ ଶିକ୍ଷକ ନିଜେ ବୁଢୀଆଣୀ ବାହାରିଥିବା ସ୍ବୀକାର କରିବା ପରେ ଘଟଣା ଜଣାପଡିଥିଲା । ସମସ୍ତ ୩୩ ଜଣ ଛାତ୍ରଛାତ୍ରୀଙ୍କୁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି। ଏବେ ସମସ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି। ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 9, 2020, 8:55 PM IST

ABOUT THE AUTHOR

...view details