କଟକ:ଆଉ ଦିନ କେଇଟା ପରେ ଗଣେଷ ପୂଜା । ଏନେଇ ପୂଜା ମଣ୍ଡପ ଗୁଡିକ ଚଳଚଞ୍ଚଳ । ଚିକମିକ ଆଲୁଅରେ ଝଲସିବ ଗାଁଠୁ ସହର । ପୂଜାର ମାହୋଲରେ ଉଠିବ ପଡିବ ସାରା ଓଡିଶା । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତଙ୍କ ଗହଣକୁ ଆସି ପାରିନଥିଲେ ଗଜାନନ । ଏଥିପାଇଁ ଚଳିତ ଥର ପ୍ରତି ପୂଜା ମଣ୍ଡପରେ ଧୂମଧାମ୍ରେ ପୂଜା କରିବାକୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି । ତେବେ ପୂଜା ବଜାରକୁ ଆହୁରି ସରଗରମ କରିବା ପାଇଁ ଚଳିତ ବର୍ଷ ମେଲୋଡି ଟିମ ହେଲେଣି ସଜବାଜ । ଭଳି କି ଭଳି ଗୀତ ସାଙ୍ଗରେ ଲୋକଙ୍କ ମନ ମୋହିବା ପାଇଁ ପ୍ରସ୍ତୁତ ହେଲେଣି ସମସ୍ତ ମେଲୋଡି ପାର୍ଟି ।
ବିଘ୍ନ ବିନାଶକଙ୍କ ପୂଜା ପରେ ପରେ ଆସିଯିବ ଶାରଦୀୟ ଦୁର୍ଗାପୂଜା । ଚଳିତବର୍ଷ ପୂଜା ବଜାର ହେବ ଚଳଚଞ୍ଚଳ । କାରଣ ଦୁଇ ବର୍ଷ କୋଭିଡ କଟକଣା ପରେ ଚଳିତବର୍ଷ ଜାକଜମକରେ ପାର୍ବଣ ପାଳିବେ ଓଡ଼ିଶାବାସୀ । ଯାହାକୁ ନେଇ ଏବେଠୁ ପ୍ରସ୍ତୁତ ହେଲେଣି ସମସ୍ତ ପୂଜା ମଣ୍ଡପ । ତେବେ ଏହି ଖୁସିର ମାହୋଲ ମଧ୍ୟରେ ପୂଜା ବଜାରକୁ ଆହୁରି ରଙ୍ଗୀନ କରିବା ପାଇଁ ମେଲୋଡି ପାର୍ଟି ହେଲେଣି ପ୍ରସ୍ତୁତ । ଭଳି କି ଭଳି କି ଗୀତ ଷ୍ଟେଜ ରେ ଆସିବ ନଜର । ଗତ ଦୁଇ ବର୍ଷ ଧରି କୋରୋନା ଯୋଗୁଁ କଳାକାରମାନେ ଅନେକ କ୍ଷତିଗ୍ରସ୍ତ ହୋଇଥିଲେ । ହେଲେ ଚଳିତ ବର୍ଷ ଫୁଲ ଦମରେ ପ୍ରସ୍ତୁତ ହେଉଛନ୍ତି ମେଲୋଡି କଳାକାର ।
ବିଶେଷକରି ସମ୍ବଲପୁରୀ ହିନ୍ଦୀ ଓ ,ତେଲୁଗୁ ସିନେମାର ଗୀତରେ ଝୁମିବେ ଦର୍ଶକ । ତେବେ କନସର୍ଟ ପୂର୍ବରୁ ସମସ୍ତ ମେଲୋଡି ପାର୍ଟ ହେଲେଣି ପ୍ରସ୍ତୁତ । ଦେଢ଼ ମାସ ରୁ ଉର୍ଦ୍ଧ୍ଵ ସମୟର ଧରି ଅଭ୍ୟାସ ଆରମ୍ଭ କରିଛନ୍ତି ମେଲୋଡି ଟିମ । ପୁଷ୍ପା ଫିଲ୍ମର ଗୀତ ସାମୀ, ଉ ଅଣ୍ଟା ମାମା, ଶ୍ରୀବଲି ଗୀତ । ସେହିପରି ସମ୍ବଲପୁରୀ ର ଦେଶିଆ ପିଲା , ଝୁଲରେ ନିତାଇ ଝୁଲ , ଶିବ ଶମ୍ଭୁ ଭାଇରାଲ ଗୀତ ରହିବ ଆକର୍ଷଣ । ତେଣୁ ଏହି ଗୀତକୁ ଆହୁରି ସ୍ମୃତି ମଧୁର କରିବା ପାଇଁ ଅଭ୍ୟାସରେ ମାତିଛନ୍ତି ମେଲୋଡି ଟିମ ।