ଓଡିଶା

odisha

ETV Bharat / state

କୋଭିଡ଼ ନିୟମ ନ ମାନିଲେ ବନ୍ଦ ହେବ ମାଲଗୋଦାମ ! - ବେହେରା ସାହି ଅଞ୍ଚଳରେ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା

କଟକ ମାଲଗୋଦାମ ବେହେରା ସାହି ଅଞ୍ଚଳରେ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ସିଏମସି । ଅପରପକ୍ଷେ ସିଏମସିକୁ ବେହେରା ସାହି ଅଞ୍ଚଳବାସୀ ସହଯୋଗ କରୁନଥିବାରୁ କଡା ପଦକ୍ଷେପ ନେଇଛି ମାଲଗୋଦାମ ବ୍ୟବସାୟୀ ସଂଘ । ଅଧିକ ପଢନ୍ତୁ...

କୋଭିଡ଼ ନିୟମ ନମାନିଲେ ବନ୍ଦ ହେବ ମାଲଗୋଦାମ !
କୋଭିଡ଼ ନିୟମ ନମାନିଲେ ବନ୍ଦ ହେବ ମାଲଗୋଦାମ !

By

Published : Jul 30, 2020, 9:15 PM IST

କଟକ: କଟକ ମାଲଗୋଦାମ ବେହେରା ସାହି ଅଞ୍ଚଳରେ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ 2 ଦିନ ତଳେ ଉକ୍ତ ଅଞ୍ଚଳରେ 11 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ସିଏମସି ।

ଏହି ଅଞ୍ଚଳରେ 300ରୁ 400 ପରିବାର ବସବାସ କରୁଥିବା ବେଳେ ପାଖାପାଖି ୩ ହଜାର ଲୋକ ଏଠାରେ ରହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଉକ୍ତ ଅଞ୍ଚଳର ଲୋକମାନେ ନିୟମକୁ ଉଲ୍ଲଂଙ୍ଘନ କରୁଛନ୍ତି । ସରକାରୀ କର୍ମଚାରୀଙ୍କୁ ସହଯୋଗ ତ ଦୂରର କଥା ନିୟମ ଉଲ୍ଲଂଙ୍ଘନ କରି ବାହାରେ ବୁଲୁଛନ୍ତି । ଏପରିକି କୋଭିଡ ଟେଷ୍ଟ ପାଇଁ ରାଜି ହେଉ ନଥିବା ସିଏମସି ଡେପ୍ୟୁଟି କମିଶନର କହିଛନ୍ତି ।

ତେବେ ଅଧିକାଂଶ ବାସିନ୍ଦା ମାଲଗୋଦାମରେ ଦିନ ମଜୁରିଆ ଭାବରେ କାମ କରୁଥିବାରୁ ସ୍ଥାନୀୟ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥିବା ଡେପ୍ୟୁଟି କମିଶନର କହିଛନ୍ତି । ତେଣୁ ଏହି ସଂକ୍ରମଣକୁ ବ୍ୟାପିବାକୁ ରୋକିବା ପାଇଁ ପ୍ରଶାସନକୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଏଥିସହ ଉକ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନରେ ଥିବାରୁ ଅଞ୍ଚଳବାସୀଙ୍କୁ ରିଲିଫ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ।

କୋଭିଡ଼ ନିୟମ ନମାନିଲେ ବନ୍ଦ ହେବ ମାଲଗୋଦାମ !

ଅପରପକ୍ଷେ ସିଏମସିକୁ ବେହେରା ସାହି ଅଞ୍ଚଳବାସୀ ସହଯୋଗ କରୁନଥିବାରୁ କଡା ପଦକ୍ଷେପ ନେଇଛି ମାଲଗୋଦାମ ବ୍ୟବସାୟୀ ସଂଘ । ଆସନ୍ତା ୩ ଦିନ ମଧ୍ୟରେ ଉକ୍ତ ଅଞ୍ଚଳର ଲୋକ ଯଦି କୋଭିଡ଼ ଟେଷ୍ଟ ନ କରନ୍ତି, ତେବେ ସୋମବାର ଠାରୁ ମାଲଗୋଦାମ ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details