ଓଡିଶା

odisha

ETV Bharat / state

ମାହାଙ୍ଗା ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ବିଭୁ ପ୍ରସାଦ ଗିରଫ

ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ପ୍ରସାଦକୁ ଗିରଫ କରିଛି ମାହାଙ୍ଗା ଥାନା ପୋଲିସ । ତା ଘର ମାହାଙ୍ଗା ଅଞ୍ଚଳର ମୁଲବସନ୍ତ ଗାଁରେ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

By

Published : Jun 24, 2019, 10:30 PM IST

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ପ୍ରସାଦ ସିଂକୁ ଗିରଫ କରିଛି ମାହାଙ୍ଗା ପୋଲିସ । ତା ଘର ମାହାଙ୍ଗା ଅଞ୍ଚଳର ମୁଲବସନ୍ତ ଗାଁରେ ହୋଇଥିବା ଜଣାପଡିଛି । ଗତ ଏପ୍ରିଲରେ ମାହାଙ୍ଗା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଘଟଣାକୁ ଭିତ୍ତି କରି ମାହାଙ୍ଗା ଥାନା ପୋଲିସ ବିଭୁ ସିଂହକୁ ଗିରଫ କରିଛି । ମାହାଙ୍ଗା ଥାନା ଅଞ୍ଚଳର କୋଟପଡାରୁ ଦୁର୍ବୃତ୍ତକୁ ଗିରଫ କରିଛି ପୋଲିସ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଡକାୟତି ମାମଲାରେ ପୂର୍ବରୁ 3ଜଣକୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଆସାମୀ ବିଭୁ ଫେରାର୍ ହୋଇଯାଇଥିଲା । ଏଥିସହ ବିଭୁ ପାଖରୁ ଏକ ଖଣ୍ଡା, ତିନୋଟି ଛୁରୀ , ଏକ ପିସ୍ତଲ ସହ 2 ଟି ଗୁଳି ଜବତ ହୋଇଛି । ଡକାୟତିରେ ବ୍ୟବହାର କରାଯାଇଥିବା କାରକୁ ମଧ୍ୟ ପୋଲିସ ଜବତ କରିଛି ।

ତେବେ ଏହି ଅପରାଧି ମାନେ ମାହାଙ୍ଗା ଥାନା ଓ ଆଖପାଖ ଥାନା ଅଞ୍ଚଳ ମାନଙ୍କରେ ଡକାୟତି, ରାହାଜାନୀ ଓ ଲୁଟ ଘଟଣାରେ ସମ୍ପୃକ୍ତି ଥିବାର ସୂଚନା ଦେଇଛନ୍ତି ମାହାଙ୍ଗା ଥାନା ଆଇଆଇସି ରଞ୍ଜନ ପ୍ରଧାନ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details