ଓଡିଶା

odisha

ETV Bharat / state

ମହାନଦୀରେ ହେବ ମହାକୁମ୍ଭ ସ୍ନାନ, ଯୋଗଦେବେ 300ରୁ ଊର୍ଦ୍ଧ୍ବ ସାଧୁସନ୍ଥ

ସିଲଭର ସିଟି ଆକାଶରେ ଉଦ୍ଭାସିତ ହେବ ଆଧ୍ୟାତ୍ମିକ ବାୟୁ । ଲୋପ ପାଉଥିବା ଧର୍ମୀୟ ଚେତନାର ପୁଣି ହେବ ପୁନଃବିନ୍ୟାସ। ସତ୍ୟ ଓ ସନାତନର ପ୍ରକୃତ ଅର୍ଥ ବୁଝିବେ ଜନସାଧାରଣ। କାରଣ ଚଳିତ ମାସ 13 ତାରିଖରୁ ଉଦାସ ଆଶ୍ରମ ଆନୁକୂଲ୍ୟରେ ଆରମ୍ଭ ହେବ ବିଶ୍ଵଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ

By

Published : Feb 11, 2019, 10:56 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ସିଲଭର ସିଟି ଆକାଶରେ ଉଦ୍ଭାସିତ ହେବ ଆଧ୍ୟାତ୍ମିକ ବାୟୁ । ଲୋପ ପାଉଥିବା ଧର୍ମୀୟ ଚେତନାର ପୁଣି ହେବ ପୁନଃବିନ୍ୟାସ। ସତ୍ୟ ଓ ସନାତନର ପ୍ରକୃତ ଅର୍ଥ ବୁଝିବେ ଜନସାଧାରଣ। କାରଣ ଚଳିତ ମାସ 13 ତାରିଖରୁ ଉଦାସ ଆଶ୍ରମ ଆନୁକୂଲ୍ୟରେ ଆରମ୍ଭ ହେବ ବିଶ୍ଵଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ।

ଏହି ଵିଶାଳ ସମାବେଶରେ ଯୋଗଦେବେ ଅନେକ ଅଭିଜ୍ଞ ସାଧୁସନ୍ଥ। ମହାନଦୀରେ ହେବ ମହାକୁମ୍ଭ ସ୍ନାନ। ଏହି ମହାଯଜ୍ଞ ଚଳିତ ମାସ 15 ତାରିଖରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ହେବ।

ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଚେତନା ସମାବେଶରେ 3 ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ଯୋଗ ଦେବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବ୍ରହ୍ମଚାରୀ ରବୀନ୍ଦ୍ରନାଥ ଦାସ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details