ଓଡିଶା

odisha

ETV Bharat / state

ସମସ୍ତଙ୍କୁ ବାନ୍ଧିଲେ, ଭୁଜାଲିରେ ଆକ୍ରମଣ କରି ଲୁଟିଲେ

ବିଳମ୍ବିତ ରାତିରେ ୬ ରୁ ୭ ଜଣ ଡକାୟତ ପାଖାପାଖି ୬ ଭରି ସୁନା ଓ ୮ଠ ହଜାର ନଗଦ ଟଙ୍କା ଲୁଟି ନେଇଛନ୍ତି । ଡକାୟତଙ୍କ ଆକ୍ରମଣରେ ଜଣେ ଆହତ ହୋଇଥିବା ଅଭିଯୋଗ ହୋଇଛି ।

By

Published : Aug 30, 2019, 6:47 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଭୁଜାଲିରେ ଆକ୍ରମଣ କରି ଘର ଭିତରୁ ଲୁଟ । ବିଳମ୍ବିତ ରାତିରେ ୬ ରୁ ୭ ଜଣ ଡକାୟତ ପାଖାପାଖି ୬ ଭରି ସୁନା ଓ ୮ଠ ହଜାର ନଗଦ ଟଙ୍କା ଲୁଟି ନେଇଥିବାବେଳେ ଡକାୟତଙ୍କ ଆକ୍ରମଣରେ ଜଣେ ଆହାତ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ କଟକ ଆଠଗଡର ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବ୍ରାହଣବସ୍ତ ଗ୍ରାମର ରବିନ୍ଦ୍ର ନାୟକ । ପରିବାର ଲୋକଙ୍କ କହିବା କଥା, ବିଳମ୍ବିତ ରାତିରେ କିଛି ଡକାୟତ ହାତରେ ବନ୍ଧୁକ ଓ ଭୁଜାଲି ଧରି ମୁହଁରେ କପଡ଼ା ବାନ୍ଧି ଘର ଭିତରକୁ ପଶିଥିଲେ । ଏହାପରେ ସେମାନେ ପରିବାରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଦେଇ ଘରର ଆଲମିରା ଖୋଲିଥିଲେ ।

ଏଥିରେ ବିରୋଧ କରିବାରୁ ପରିବାରର ଜଣେ ସଦସ୍ୟଙ୍କୁ ଡକାୟତମାନେ ଭୁଜାଲିରେ ଆକ୍ରମଣ କରି ସୁନାଗହଣା ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଖବର ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details