ଓଡିଶା

odisha

ETV Bharat / state

ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା: ଦିନରେ ବୁଲାବିକାଳୀ, ରାତିରେ ଲୁଟ

କଟକ, ଭୁବନେଶ୍ୱର, ପୁରୀ,ମୟୁରଭଞ୍ଜ, ରାଉରକେଲା ଆଦି ସ୍ଥାନରେ ଗ୍ରୁପ କରି ଡକାୟତି କରୁଥିବା ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

By

Published : Dec 10, 2019, 11:15 PM IST

ଅନ୍ତଃରାଜ୍ୟ ଡକାୟତ
ଅନ୍ତଃରାଜ୍ୟ ଡକାୟତ

କଟକ: ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ରାତିରେ ଚୌଦ୍ବାର ଥାନା ନିକଟ ମୁଣ୍ଡାସାହିରୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ସୁନା, ଲୁହାରଡ଼,କଟୁରି, ଭୁଜାଲି, ଟର୍ଚ୍ଚଲାଇଟ ଆଦି ଜବତ କରିଛି ପୋଲିସ ।

ସାବଧାନ ମାତିଛନ୍ତି ଅନ୍ତଃରାଜ୍ୟ ଡକାୟତ !

ଏହି ଡକାୟତ ମାନେ ବିଶେଷକରି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଆସିଛନ୍ତି । ଏମାନେ ଅନେକ ସମୟରେ ବେଲୁନ, ଖେଳନା ଆଦି ବିକ୍ରୟ କରି ଦିନରେ ଠାବ କରନ୍ତି । ରାତ୍ରି ସମୟରେ ଟାର୍ଗେଟ କରିଥିବା ଘରେ ପଶି ଡକାୟତି କରିଥାଆନ୍ତି । ଏହି ଡକାୟତ ମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହି ଡକାୟତି କରିଥାଆନ୍ତି । କଟକ, ଭୁବନେଶ୍ୱର, ପୁରୀ,ମୟୁରଭଞ୍ଜ, ରାଉରକେଲା ଆଦି ସ୍ଥାନରେ ଗ୍ରୁପ ହୋଇ ଡକାୟତି କରିଥାଆନ୍ତି ବୋଲି ସୂଚନା ଦେଇଛନ୍ତି ଡ଼ିସିପି ଅଖିଳେଶ୍ଵର ସିଂହ ।

ସମସ୍ତ ଅପରାଧୀ ମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ୧୦ରୁ ଉର୍ଦ୍ଧ୍ବ ମାମଲା ରହିଛି । ଏହି ଗ୍ରୁପର ମୁଖ୍ୟ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି । ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details