କଟକ: ସିଲଭର ସିଟିରେ ଚାଲିଛି ଲୁଟେରାଙ୍କ ରାଜ । ସନ୍ଧ୍ୟା ହେଲେ ଯୋଜନାବଦ୍ଧ ଭାବେ ଟାର୍ଗେଟ କରୁଛନ୍ତି ସାଧାରଣ ଲୋକେ ଓ ଅର୍ଥକାରବାର କରୁଥିବା ସଂସ୍ଥା ଉପରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଙ୍ଗଳାବାଗ ଅଞ୍ଚଳରେ । ବ୍ୟାଙ୍କକୁ ଲୁଟ କରିବାକୁ ଆସିଥିଲେ 3 ଜଣ ଲୁଟେରା । କିନ୍ତୁ ସତର୍କ ଘଣ୍ଟି ବାଜିବାରୁ ବ୍ୟାଙ୍କ ଛାଡ଼ି ପଳାଇଥିଲେ ସେମାନେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଥାନା ପାଖରୁ ମାତ୍ର 200 ମିଟର ଦୂରରେ ରହିଥିଲା ଏସବିଆଇ ବ୍ୟାଙ୍କ । ସେଥିପାଇଁ ପୋଲିସର ସୁରକ୍ଷା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ମଙ୍ଗଳାବାଗରେ ବ୍ୟାଙ୍କ ଲୁଟ ଉଦ୍ୟମ ବିଫଳ - DCP CUTTACK
ଶୁକ୍ରବାର ସନ୍ଧ୍ୟାରେ ମଙ୍ଗଳବାଗ ଏସବିଆଇ ବ୍ୟାଙ୍କରୁ ହୋଇଥିବା ଲୁଟ ଉଦ୍ୟମ ବିଫଳ ହୋଇଛି । ତେବେ ଆଗକୁ ସହରର ସୁରକ୍ଷା କଡାକଡି କରାଯିବ ବୋଲି ଡିସିପି କହିଛନ୍ତି ।
ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
ଏହି ଘଟଣା ପରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ । ତାଙ୍କ କହିବାନୁଯାୟୀ, ଗତ ରାତି 3 ଟାରେ ବର୍ଷା ହେଉଥିବା ସମୟରେ ଘଟିଥିଲା ଏହି ଘଟଣା । ଯେଉଁଥି ପାଇଁ ଖସି ପଳାଇଥିଲେ ଲୁଟେରା । କିନ୍ତୁ ଖୁବ ଶୀଘ୍ର ଏହି ଲୁଟେରାଙ୍କୁ କମିଶନରେଟ ପୋଲିସ ଧରିବ ବୋଲି କହିଛନ୍ତି କଟକ ଡିସିପି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Jun 30, 2019, 12:03 AM IST