ଓଡିଶା

odisha

ETV Bharat / state

ତାଲାବନ୍ଦ ନିୟମ ଉଲ୍ଲଙ୍ଘନ, ୨୪ ଘଣ୍ଟାରେ ୩୬ ମାମଲା - ୨୪ ଘଣ୍ଟାରେ ୩୬ ମାମଲା ରୁଜୁ

ଆଜି ପର୍ଯ୍ୟନ୍ତ ମୋଟ ୭,୦୬୮ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ରୁଜୁ କରାଯାଇଛି ।

Lockout violation cases
୨୪ ଘଣ୍ଟାରେ ୩୬ ମାମଲା ରୁଜୁ

By

Published : Jul 22, 2020, 7:52 PM IST

କଟକ:ରାଜ୍ୟରେ ଦିନକୁ ଦିନ କୋରୋନା ବେକାବୁ ହେବାରେ ଲାଗିଥିବାବେଳେ କିଛି ଅମାନିଆ ତାଲାବନ୍ଦ ନିୟମକୁ ଉଲ୍ଳଙ୍ଘନ କରୁଛନ୍ତି । ଆଜି ପର୍ଯ୍ୟନ୍ତ ମୋଟ ୭,୦୬୮ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜିପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି (ମଙ୍ଗଳବାର) ସକାଳୁ ଆଜି ସକାଳ(ବୁଧବାର) ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୩୬ ଟି ମାମଲା ରୁଜୁ କରାଯାଇଛି । ଏହି ୩୬ ଟି ମାମଲା ମଧ୍ୟରୁ ୩୪ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ୨ ଟି ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details