ଓଡିଶା

odisha

ତାଲାବନ୍ଦ ନିୟମ ଉଲ୍ଲଙ୍ଘନ, ୨୪ ଘଣ୍ଟାରେ ୪ ଟି ମାମଲା ରୁଜୁ

By

Published : Aug 14, 2020, 9:51 PM IST

ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ମାମଲାରେ 24 ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ 4 ଟି ମାମଲା ରୁଜୁ ହୋଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ମାମଲା
ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ମାମଲା

କଟକ: ତାଲାବନ୍ଦ ନିୟମକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୭୩୭୨ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗୁରୁବାର ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୪ ଟି ମାମଲା ରୁଜୁ କରାଯାଇଛି । ଏହି ୪ ଟି ମାମଲା ମଧ୍ୟରୁ ୩ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ଗୋଟିଏ ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details