ଓଡିଶା

odisha

ETV Bharat / state

ଲକଡାଉନ ନିୟମ ଉଲ୍ଲଂଘନ ମାମଲା, ୨୪ ଘଣ୍ଟାରେ ୧୦ଟି ମାମଲା ରୁଜୁ

ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୭୨୮୨ଟି ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Aug 2, 2020, 10:02 PM IST

ଲକଡାଉନ ନିୟମ ଉଲ୍ଲଘନ ମାମଲା, ୨୪ ଘଣ୍ଟାରେ ୧୦ଟି ମାମଲା ରୁଜୁ
ଲକଡାଉନ ନିୟମ ଉଲ୍ଲଘନ ମାମଲା, ୨୪ ଘଣ୍ଟାରେ ୧୦ଟି ମାମଲା ରୁଜୁ

କଟକ: ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୭୨୮୨ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଶନିବାର ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୦ଟି ମାମଲା ରୁଜୁ କରାଯାଇଛି । ଏହି ୧୦ ଟି ମାମଲା ମଧ୍ୟରୁ ୭ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ୨ ଟି ମାମଲା ହୋମକ୍ବାରେଣ୍ଟାଇନ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ କରାଯାଇଛି । ତେବେ ଗୋଟିଏ ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details