ଓଡିଶା

odisha

ETV Bharat / state

ଯୁକ୍ତ 2 କଳାରେ ଲିପ୍ସା ଟପର

ଯୁକ୍ତ 2 କଳା ଓ ବାଣିଜ୍ୟ ପରୀକ୍ଷାରେ ଟାଙ୍ଗୀ ଅଞ୍ଚଳର ଲିପ୍ସାରାଣୀ ସାହୁ କଳାରେ ଟପର ହୋଇଛନ୍ତି । ରେଭେନ୍ସାରେ ପଢ଼ୁଥିବା ଲିପ୍ସା ପରୀକ୍ଷାରେ 90 ପ୍ରତିଶତ ମାର୍କ ରଖିଛନ୍ତି ।

By

Published : Jun 21, 2019, 10:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଯୁକ୍ତ 2 କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିବା ବେଳେ ଟାଙ୍ଗୀ ଅଞ୍ଚଳର ଲିପ୍ସାରାଣୀ ସାହୁ କଳାରେ ଟପର ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଲିପ୍ସା ରେଭେନ୍ସାରେ ପଢ଼ୁଥିବା ବେଳ ପରୀକ୍ଷାରେ 90 ପ୍ରତିଶତ ମାର୍କ ରଖି ଟପର ହୋଇଛନ୍ତି । ଲିପ୍ସାଙ୍କ ଟପର ହେବା ଖବର ଆସିବା ପରେ ଏହାକୁ ନେଇ ଶ୍ରଦ୍ଧାଞ୍ଜଳୀ କୋଚିଂ ସେଣ୍ଟରରେ ଖୁସିର ମାହୋଲ ଖେଳିଯାଇଛି । ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଲିପ୍ସାଙ୍କୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି ।

ଦିନକୁ 8 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପାଠ ପଢିବା ସହ ବହୁ ପରିଶ୍ରମ ପରେ ସଫଳତା ପାଇଛନ୍ତି ସଫଳତା ପାଇଛନ୍ତି ବୋଲି ଲିପ୍ସା କହିଛନ୍ତି । ଲିପ୍ସା ନିଜ ସଫଳତା ଶ୍ରେୟ ବାପା ମାଆ ଓ ଶ୍ରଦ୍ଧାଞ୍ଜଳୀ କୋଚିଂ ସେଣ୍ଟରକୁ ଦେଇଛନ୍ତି । ଆଗାମୀ ଭବିଷ୍ୟତରେ ଏକ ଭଲ ଅଧ୍ୟାପିକା ହେବା ନେଇ ଲକ୍ଷ୍ୟ ରଖିଛନ୍ତି ବୋଲି ଲିପ୍ସା କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details