ଓଡିଶା

odisha

ETV Bharat / state

ଆଇନ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ - cuttack

କଟକ ମଧୁସୂଦନ କଲେଜ ହଷ୍ଟେଲର ଛାତ୍ରଙ୍କ ଆତ୍ମହତ୍ୟା । ମାତ୍ର କେଉଁ କାରଣ ପାଇଁ ଛାତ୍ର ଜଣକ ଏପରି ନିଷ୍ପତ୍ତି ନେଲେ ସେ ବିଷୟରେ ଜଣା ପଡିନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : May 19, 2019, 10:24 AM IST

Updated : May 19, 2019, 10:50 AM IST

କଟକ: ମଧୁସୂଦନ ଆଇନ କଲେଜ ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା । କେଉଁ କାରଣରୁ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି ତାହା ଵର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ମୃତକ ଜଣକ ଆଇନଜୀବୀ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷ ଛାତ୍ର ଅଜିତ ସେଠୀ ବୋଲି ଜଣାପଡିଛି ।

ସୂଚନାମୁତାବକ, ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ହଷ୍ଟେଲ ରୁମରେ କେହି ନଥିବା ସମୟରେ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ଛାତ୍ର ଜଣକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମୃତ ଛାତ୍ରଙ୍କ ଘର ଅନୁଗୋଳ ଜିଲ୍ଲାରେ ବୋଲି ଜଣାପଡିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପଚରାଉଚୁରା ଜାରି ରଖିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 19, 2019, 10:50 AM IST

ABOUT THE AUTHOR

...view details