ଓଡିଶା

odisha

ETV Bharat / state

'ଉଜ୍ବଳା ଯୋଜନାରେ ଉପକୃତ ହୋଇଛନ୍ତି ଲକ୍ଷଲକ୍ଷ ହିତାଧିକାରୀ'

କିପରି ରହିଛି ଉଜ୍ବଳାର କାର୍ଯ୍ୟକାରିତା ତାହା ମଧ୍ୟ ମହିଳା ମାନଙ୍କ ଠାରୁ ବୁଝିଥିଲେ ସୁଷମା ସ୍ୱରାଜ।

By

Published : Feb 23, 2019, 8:10 AM IST

ଫଟୋ ସୌଜନ୍ୟ: ସମ୍ୱାଦଦାତା, କଟକ

କଟକ: ଭିଡ଼ିଓ କନଫେରେନ୍ସ‌ିଂ ଜରିଆରେ ଉଜ୍ବଳା ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କଲେ ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିପରି ରହିଛି ଉଜ୍ବଳାର କାର୍ଯ୍ୟକାରିତା ତାହା ମଧ୍ୟ ମହିଳା ମାନଙ୍କ ଠାରୁ ବୁଝିଥିଲେ ସୁଷମା ସ୍ୱରାଜ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, କଟକ

ବଢୁଛି ଉଜ୍ଜଳା ଯୋଜନାର ହିତାଧିକାରୀଙ୍କ ସଂଖ୍ୟା । ଘରେ ଘରେ ମହିଳା ମାନେ ବ୍ୟବହାର କରୁଛନ୍ତି ଗ୍ୟାସ । ମହିଳା ମାନଙ୍କ ସମୟ ବଞ୍ଚିବା ସହ, ଅନ୍ୟ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସାମିଲ ହୋଇ ପାରୁଛନ୍ତି ମହିଳା । ରାଜ୍ୟରେ ଉଜ୍ୱଳା ଯୋଜନା ଆସିବା ପରେ ଗ୍ୟାସ ବ୍ୟବହାରକାରୀଙ୍କ ସଂଖ୍ଯା 3 ଲକ୍ଷରୁ ବୃଦ୍ଧି ହୋଇ 17 ଲକ୍ଷରେ ପହଞ୍ଚିଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସିବ୍ୟକ୍ତ କରିଛନ୍ତି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ଦେ ।

ସାଧାରଣ ଲୋକ କିପରି ଭାବେ ଉଜ୍ବଳା ଯୋଜନାର ଲାଭ ପାଇ ପାରିବେ ସେ ଦିଗରେ ସମସ୍ତଙ୍କୁ ଭିଡ଼ିଓ କନଫେରେନ୍ସ‌ିଂ ଜରିଆରେ ବୁଝାଇଥିଲେ କେନ୍ଦ୍ର ପେଟ୍ରେଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର 30 ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details