କଟକ: କୁସୁପୁର ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବ ସାହୁକୁ ୩ ଦିନିଆ ରିମାଣ୍ଡରେ ନେଇଛି ମାହାଙ୍ଗା ପୋଲିସ । ସାଲେପୁର ଉପକାରାଗାରରୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ପୋଲିସ ।
କିନ୍ତୁ କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତକୁ ପ୍ରଥମେ ମେଡ଼ିକାଲକୁ ନେଇ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଜି କେବଳ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି । କିପରି ସେଦିନ ହତ୍ୟା କରାଯାଇଥିଲା ଏବଂ ତାହା ସହିତ ଆଉ କେହି ସାମିଲ ରହିଥିଲେ ନାଁ ନାହିଁ , ତମାମ ପ୍ରସଙ୍ଗରେ ଖୋଲତାଡ଼ କରିବ ପୋଲିସ । ସେହିପରି ଆସନ୍ତାକାଲି ଅଭିଯୁକ୍ତକୁ ନେଇ କ୍ରାଇମ ସିନ୍ ରିକ୍ରେସନ କରାଇବ ପୋଲିସ ।