ଓଡିଶା

odisha

ETV Bharat / state

କୋଟିଆ ଜମି ବିବାଦ ମାମଲା, ଓଡିଶା ସପକ୍ଷରେ ଯାଇପାରେ ସୁପ୍ରିମକୋର୍ଟଙ୍କ ରାୟ ! - ଆନ୍ଧ୍ର ଓଡିଶା ବିବାଦ

କୋଟିଆ ରାୟ ଓଡିଶା ସପକ୍ଷରେ ଯାଇପାରେ ବୋଲି ଆଇନଜୀବୀଙ୍କ ମତ । ଶୁକ୍ରବାର ସୁପ୍ରିମକୋର୍ଟରେ ହେବ ଆନ୍ଧ୍ର-ଓଡିଶା ବିବାଦର ଶୁଣାଣି । ଅଧିକ ପଢନ୍ତୁ...

କୋଟିଆ ଜମି ବିବାଦ ମାମଲା, ଓଡିଶା ସପକ୍ଷରେ ଯାଇପାରେ ସୁପ୍ରିମକୋର୍ଟଙ୍କ ରାୟ !
କୋଟିଆ ଜମି ବିବାଦ ମାମଲା, ଓଡିଶା ସପକ୍ଷରେ ଯାଇପାରେ ସୁପ୍ରିମକୋର୍ଟଙ୍କ ରାୟ !

By

Published : Feb 11, 2021, 6:35 PM IST

କଟକ: କୋଟିଆରେ ଆନ୍ଧ୍ର ସରକାର ନିର୍ବାଚନ କରିବାକୁ ପ୍ରସ୍ତୁତ ହେଉ ଥିବାବେଳେ ଏହାକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏହି ମାମଲାରେ ଓଡିଶାକୁ ନ୍ୟାୟ ମିଳିପାରେ ବୋଲି ମତ ପ୍ରକାଶ ପାଇଛି । ସମ୍ପୃକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

କୋଟିଆ ଜମି ବିବାଦ ମାମଲା, ଓଡିଶା ସପକ୍ଷରେ ଯାଇପାରେ ସୁପ୍ରିମକୋର୍ଟଙ୍କ ରାୟ !

ସୂଚନା ଅନୁଯାୟୀ ୧୯୬୮ ମସିହାରେ ଓଡିଶା ସରକାର ସୁପ୍ରିମକୋର୍ଟରେ ଆନ୍ଧ୍ର ସରକାରଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଓଡିଶାର ସୀମା ଭିତରେ ଆନ୍ଧ୍ର ସରକାର ଅନୁପ୍ରବେଶ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାର ବିଚାରକୁ ନେଇ ସୁପ୍ରିମକୋର୍ଟ ଦୁଇ ରାଜ୍ୟକୁ ସ୍ଥିତାବସ୍ଥା ବଜାୟ ରଖିବାକୁ ୧୯୬୮ ଡିସେମ୍ବର ୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ମାମଲାର ଚୂଡାନ୍ତ ରାୟ ୨୦୦୬ ମାର୍ଚ୍ଚ ୩୦ ରେ ପ୍ରକାଶ ପାଇଥିଲା । ଦୁଇ ପକ୍ଷଙ୍କ ସହମତିରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଓଡିଶା ସୀମା ଭିତରେ ଥିବା କୋଟିଆ ଗ୍ରାମ ସମୂହର ତିନୋଟି ଗ୍ରାମକୁ ଆନ୍ଧ୍ର ସରକାରଙ୍କ ଏହି ପଞ୍ଚାୟତ ନିର୍ବାଚନ କରିବା ଆଇନକୁ ଉଲଙ୍ଘନ କରୁଛି । ସୁପ୍ରିମକୋର୍ଟରେ ଏହି ମାମଲାର ଆସନ୍ତାକାଲି(ଶୁକ୍ରବାର) ଶୁଣାଣି ହେବ । ତେବେ ଓଡିଶା ସପକ୍ଷରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିପାରନ୍ତି ବୋଲି ଆଇନଜୀବୀ ମତ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details