ଓଡିଶା

odisha

ETV Bharat / state

ହାଇକୋର୍ଟରେ କୋଟିଆ ମାମଲା, ମେ' ୧୭ ରେ ପରବର୍ତ୍ତୀ ଶୁଣାଣି - High Court

ହାଇକୋର୍ଟରେ କୋଟିଆ ମାମଲା । ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ପରିଚାଳନାକୁ ବିରୋଧ କରି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଯାହାର ପରବର୍ତ୍ତୀ ଶୁଣାଣି ମେ 17ରେ ହେବ। ଅଧିକ ପଢନ୍ତୁ..

ହାଇକୋର୍ଟରେ କୋଟିଆ ମାମଲା
ହାଇକୋର୍ଟରେ କୋଟିଆ ମାମଲା

By

Published : Mar 4, 2021, 2:57 PM IST

କଟକ: ଓଡିଶାର କୋଟିଆ ଓ ଅନ୍ୟ ଦୁଇଟି ପଞ୍ଚାୟତରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ରୁଜୁ ହୋଇଛି ଏହି ଜନସ୍ବାର୍ଥ ମାମଲା। ଓଡିଶା ଓ ଆନ୍ଧ୍ର ମଧ୍ୟରେ ଥିବା ବିବାଦ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଶୁଣାଣିକୁ ଏବେ ନକରିବାକୁ କହିଛନ୍ତି ହାଇକୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ମେ' ୧୭ କୁ ଧାର୍ଯ୍ୟ ହୋଇଛି।

ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ପରିଚାଳନାକୁ ବିରୋଧ କରି ଏହି ମାମଲା ରୁଜୁ କରାଯାଇଛି। ନିର୍ବାଚନକୁ ବନ୍ଦ କରିବା ପାଇଁ ତୁରନ୍ତ ରାଜ୍ୟ ସରକାର ପଦକ୍ଷେପ ନେବାକୁ ପ୍ରାର୍ଥନା କରାଯାଇଥିଲା। କିନ୍ତୁ ଇତିମଧ୍ୟରେ ଆନ୍ଧ୍ର ନିର୍ବାଚନ ଶେଷ କରିସାରିଛି ।

ଗଞ୍ଜାମ, କୋରାପୁଟ ଓ ଗଜପତିରେ ମୋଟ ୫୮ ଟି ଗ୍ରାମରେ ଆନ୍ଧ୍ର ସରକାର ନିଜର ସ୍ଥିତି ଜାହିର ପାଇଁ ପ୍ରୟାସ କରୁଥିବା ମାମଲାରେ ଦର୍ଶାଯାଇଛି। ଏହି ପ୍ରସଙ୍ଗରେ ରାଜ୍ୟ ଗୃହ ସଚିବ, ରାଜସ୍ବ ସଚିବ,ଗଞ୍ଜାମ ,କୋରାପୁଟ ଓ ଗଜପତି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details