ଓଡିଶା

odisha

ETV Bharat / state

ଅପହଞ୍ଚ ଅଞ୍ଚଳକୁ ଟିକା ପରିବହନ କରିବ ଡ୍ରୋନ

ରାଜ୍ୟର ଅପହଞ୍ଚ ଅଞ୍ଚଳକୁ ଟିକା ପହଞ୍ଚାଇବା ପାଇଁ କଟକ ଖପୁରିଆ ଅଞ୍ଚଳରେ ଥିବା ITI ଏକ ଡ୍ରୋନ ପ୍ରସ୍ତୁତ କରିଛି । ଅଧିକ ପଢନ୍ତୁ...

ଅପହଞ୍ଚ ଅଞ୍ଚଳକୁ ଟିକା ପରିବହନ କରିବ ଡ୍ରୋନ
ଅପହଞ୍ଚ ଅଞ୍ଚଳକୁ ଟିକା ପରିବହନ କରିବ ଡ୍ରୋନ

By

Published : Jun 19, 2021, 6:07 PM IST

କଟକ: ରାଜ୍ୟର ଅପହଞ୍ଚ ଅଞ୍ଚଳକୁ ଟିକା ପରିବହନ କରିବା ପାଇଁ ଜିଲ୍ଲାର ଖପୁରିଆରେ ଥିବା ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ (ITI) ଏକ ଡ୍ରୋନ ନିର୍ମାଣ କରିଛି । ଉଭୟ ଖପୁରିଆ ITI ଓ IG ଡ୍ରୋନର ମିଳିତ ସହାୟତାରେ ଏହି ଡ୍ରୋନର ନିର୍ମାଣ ହୋଇଛି । ଅପହଞ୍ଚ ଅଞ୍ଚଳକୁ ଟିକା ବୋହିବାରେ ସହାୟକ ହେବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ହୃଷିକେଶ ମହାନ୍ତି କହିଛନ୍ତି ।

ଅପହଞ୍ଚ ଅଞ୍ଚଳକୁ ଟିକା ପରିବହନ କରିବ ଡ୍ରୋନ

ଡେଲ୍ଟା 400 ସିରିଜ ଡ୍ରୋନ ଆକାଶରେ 3 ଘଣ୍ଟା ଧରି ଉଡିପାରୁଥିବାବେଳେ ଏହାର ଓଜନ ପ୍ରାୟ 4 କେଜି ପାଖାପାଖି ରହିଛି । ଏଥିରେ ବାକ୍ସ ରହିଛି ଯେଉଁଟି ଟିକା ରହିପାରିବ। ଛାତ୍ର, ଶିକ୍ଷକ ଓ ଆଇଜି କର୍ମଚାରୀମାନେ ମିଶି ଏହି ଡ୍ରୋନକୁ ନିର୍ମିତ କରିଛନ୍ତି । ପ୍ରଥମେ ଡ୍ରୋନଟି ମାଇନ୍ସ କ୍ଷେତ୍ରରେ ବ୍ୟବହାର ହେଉଥିଲା । ଅନୁଷ୍ଠାନ ଡ୍ରୋନଟିକୁ ଟିକା ପରିବହନ କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଚିନ୍ତା କରିଥିଲେ । ପରେ ସେଥିରେ ଭ୍ୟାକ୍ସିନ ବକ୍ସ ଖଞ୍ଜିବା ସହିତ ସେଥିରେ ପାରାସୁଟ ସଂଯୋଗ କରାଯାଇଛି । ଏହି ପାରାସୁଟ ସାହାଯ୍ୟରେ ଟିକାକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଯିବ ବୋଲି ମହାନ୍ତି କହିଛନ୍ତି ।

ରାଜ୍ୟର ଅପହଞ୍ଚ ସ୍ଥାନଗୁଡିକରେ ଟିକା ପହଞ୍ଚିବାରେ ବହୁତ ସମସ୍ୟା ଦେଖିବାକୁ ମିଳୁଛି । ପରିବହନ କରୁଥିବା କର୍ମଚାରୀମାନେ କୋରୋନାରେ ସଂକ୍ରମିତ ହେବାର ସମ୍ଭାବନା ମଧ୍ୟ ରହିଛି । ତେବେ ଏହି ସମସ୍ତ ସମସ୍ୟାକୁ ଏଡାଇବା ପାଇଁ ଅନୁଷ୍ଠାନ ଅଭିନବ ଉପାୟ ଚିନ୍ତା କରି ଡ୍ରୋନଟିକୁ ପ୍ରସ୍ତୁତ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details