ଓଡିଶା

odisha

ETV Bharat / state

କଟକରେ ଜଣ୍ଡିସ ଆତଙ୍କ, ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତିତ - କଟକ

କଟକରେ ଜଣ୍ଡିସ ଯୋଗୁଁ ୪୦ରୁ ଅଧିକ ଲୋକ ଆକ୍ରାନ୍ତିତ । ଜଣ୍ଡିସର ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ସିଏମସି, ପିଏଚଡି ବିଭାଗରେ ବିଳମ୍ବରେ ତତ୍ପରତା ଦେଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jun 28, 2019, 11:25 PM IST

କଟକ: ସିଲଭର ସିଟିରେ ବେଲଗାମ ହୋଇଛି ଜଣ୍ଡିସ । ଗୋଟିଏ ପରେ ଗୋଟିଏ ସାହିକୁ ବ୍ୟାପିବାରେ ଲାଗିଛି ଜଣ୍ଡିସ । ଗଙ୍ଗାମନ୍ଦିର ପରେ ଏବେ ସୁତାହାଟ, ପଟାପୋଲ ଅଞ୍ଚଳରେ ଏବେ ଘରେ ଘରେ ଜଣ୍ଡିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଜଣ୍ଡିସ ଆକ୍ରାନ୍ତରେ ସୁତାହାଟ ଓ ପଟାପୋଲ ଅଞ୍ଚଳରେ ପାଖାପାଖି ୪୦ ରୁ ଅଧିକ ଲୋକ ଆକ୍ରାନ୍ତିତ ହେଲେଣି । ଗତକାଲି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ରିପୋର୍ଟ ରେ ୧୪ ଜଣ ଥିଲାବେଳେ ବେସରକାରୀ ଭାବେ ଏହାର ସଂଖ୍ୟା ୨୬ ବୋଲି ଜଣାପଡିଛି । ତେବେ ଦୂଷିତ ପାଣି ଯୋଗୁଁ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ସିଏମସି କର୍ତ୍ତୃପକ୍ଷ ଜଣ୍ଡିସ ଆକ୍ରାନ୍ତିତ ଅଞ୍ଚଳରେ କେବଳ ସଚେତନ ,ହାଲୋଜିନ ବଟିକା ବାଣ୍ଟି ହାଲୁକା ହୋଇ ବସିଯାଇଛି ।


ସବୁଠାରୁ ବଡ଼ କଥା ହେଉଛି ଏହି ଅଞ୍ଚଳରେ ଥିବା ଅଧିକାଂଶ ପାଣି ପାଇପ ଲାଇନ ନର୍ଦମା ମଧ୍ୟ ଦେଇ ଯାଇଛି । ଏହାଛଡା ଦୈନିକ ବାହାରୁଥିବା ଆବର୍ଜନାକୁ ସଫା କରାନଯିବାରୁ ପରିବେଶ ପ୍ରଦୂଷିତ ହେଉଛି । ସେହିପରି ପୁରୁଣା ପାଇପକୁ ପରିବର୍ତ୍ତନ ମଧ୍ୟ କରାଯାଇନାହିଁ । ଫଳରେ ଦୂଷିତ ପାଣି ପିଇ ଜଣ୍ଡିସରେ ଆକ୍ରାନ୍ତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ଜଣ୍ଡିସର ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ସିଏମସି ,ପିଏଚଡି ବିଭାଗରେ ବିଳମ୍ବରେ ତତ୍ପରତା ଦେଖାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଜଣ୍ଡିସ କିଭଳି ନ ହେବ ,ସେ ଦିଗରେ ଗଠନ ମୂଳକ ବ୍ୟବସ୍ଥା ଆଦୌ କରାଯାଉନାହିଁ। କେବଳ ବ୍ୟାପିଲେ ତତ୍ପରତା ଦେଖିବାକୁ ମିଳୁଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details