ଓଡିଶା

odisha

ETV Bharat / state

ରିଲିଫ ବଣ୍ଟନରେ ଅନିୟମିତତା ଅଭିଯୋଗ - ଦାବି

କଟକରେ ରିଲିଫ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ବାଢିଲା ବସ୍ତି ବାସିନ୍ଦା ମିଳିତ ମଞ୍ଚ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : May 18, 2019, 9:04 PM IST

କଟକ: ରିଲିଫ ବଣ୍ଟନରେ ମହାଘୋଟଲା ସହ ରିଲିଫ ଟଙ୍କା ଆତ୍ମସାତ ହୋଇଥିବା ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି । ନିଜ ପରିବାର ପାଇଁ ତଳିଆଞ୍ଚଳବାସୀଙ୍କ ଜୀବନକୁ ବାଜି ଲଗାଇଛନ୍ତି ଜିଲ୍ଲା ପ୍ରଶାସନ ଓ ସିଏମସି । ଯାହାକୁ ନେଇ ସିଲଭରସିଟିରେ ଦେଖାଦେଇଛି ତୀଵ୍ର ଅସନ୍ତୋଷ । ରିଲିଫ ବାହାନାରେ ଲକ୍ଷାଧିକ ଟଙ୍କା ସର୍ବସାନ୍ତ କରିଛନ୍ତି ଉଭୟ ଜିଲ୍ଲା ପ୍ରଶାସନ ଓ ସିଏମସି । ଯାହାର ଖୁବଶୀଘ୍ର ତଦନ୍ତ କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାବାକୁ ଦାବି କରିଛନ୍ତି ମଞ୍ଚର ଆବାହକ ଖଗେଶ୍ବର ସେଠୀ ।

ବିଶେଷକରି ପଲିଥିନ ଓ ଶୁଖିଲା ଖାଦ୍ୟ ବଣ୍ଟନ ଦିଗରେ ହୋଇଛି ମହାବିଭ୍ରାଟ । ଲୋକେ ନିଜ ଘର ଘୋଡାଇବା ପାଇଁ ପଲିଥିନର ଅବଶ୍ୟକତା କରୁଥିବାବେଳେ ଯେଉଁ ପଲିଥିନ ଜିଲ୍ଲା ପ୍ରଶାସନ ଯୋଗାଇଦେଇଛି ତାହା ଅତି ନିମ୍ନ ମାନର । ତେବେ ସିଧାସଳଖ କହିବାକୁ ଗଲେ ପ୍ରଶାସନ ପ୍ରହସନର ଶିକାର ହୋଇଛନ୍ତି ସାଧାରଣ ବସ୍ତିବାସିନ୍ଦା । ନିକଟ ଭବିଷ୍ୟତରେ ସଚିବାଳୟ ଘେରାଉ କରିବାର ଚେତାବନୀ ଦେଇଛି ବସ୍ତି ବାସୀନ୍ଦା ମିଳିତ ମଞ୍ଚ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହାସହିତ ଫନି ଆସିବା ପୂର୍ବରୁ ଯେଉଁ ତଳିଆଞ୍ଚଳ ବାସିନ୍ଦାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିଲା ସେମାନଙ୍କୁ ଖାଇବା ପିଇବା ଯୋଗାଇବାରେ ମଧ୍ୟ ବିଫଳ ହୋଇଥିଲା ପ୍ରଶାସନ । କିଛି ବେସରକାରୀ ସଂସ୍ଥାର ଖାଦ୍ୟ ଓ ପାନୀୟ ଯୋଗାଣ ଯୋଗୁଁ ଆଶ୍ରୟସ୍ଥଳୀରେ ଏହି ଅମୂଲ୍ୟ ଜୀବନ ବଞ୍ଚିଯାଇଥିବା ଅଭିଯୋଗ କରିଛି ମଞ୍ଚ।

ଅନ୍ୟପଟେ ଏହି ଅଭିଜୋଗକୁ ଖଣ୍ଡନ କରିଛନ୍ତି ସିଏମସି କମିଶନର ଶରତ ଚନ୍ଦ୍ର ନାୟକ । ତାଙ୍କ କହିବାନୂସାରେ ରିଲିଫ ବଣ୍ଟନ କ୍ଷେତ୍ରରେ କୌଣସି ଅନିୟମିତତା ଦୃଷ୍ଟି ଗୋଚର ହୋଇନାହିଁ । ରନ୍ଧାଖାଦ୍ୟ ଠୁ ଆରମ୍ଭ କରି ଶୁଖିଲା ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ଦରକାରୀ ସାମଗ୍ରୀ ବାତ୍ୟା ଆଶ୍ରୟସ୍ଥଳରେ ବଣ୍ଟାଯାଇଛି । ଯାହାକୁ ଲୋକେ ବେଶ ଗ୍ରହଣ କରିଥିବା କମିଶନର କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details