ଓଡିଶା

odisha

ETV Bharat / state

ନିର୍ବାଚନ ପୂର୍ବରୁ ଚଢାଉ: ଜବତ ହେଲାଣି କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଅବକାରୀ ସାମଗ୍ରୀ

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବେଆଇନ ସାମଗ୍ରୀ ଉପରେ ରୋକ ଲଗାଇଛି ଅବକାରୀ ଗୁଇନ୍ଦା ବିଭାଗ । ବ୍ୟବସାୟୀମାନେ ଚୋରାଚାଲାଣ ପାଇଁ ଜନ ସମାଗମ ସ୍ଥାନ ବ୍ୟବହାର କରୁଛନ୍ତି । ମାତ୍ର ଅବକାରୀ ବିଭାଗର ଚିଲ ଦୃଷ୍ଟିରୁ ବଞ୍ଚି ପାରୁନାହାଁନ୍ତି ବେଆଇନ ଚାଲାଣକାରୀ ।

By

Published : Apr 1, 2019, 6:28 PM IST

Updated : Apr 1, 2019, 6:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆକ୍ସନ ମୁଡରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବେଶ ତତ୍ପରତା ଦେଖାଇଛି ବିଭାଗ । ବିଭିନ୍ନ ପ୍ରକାର ଅବକାରୀ ସାମଗ୍ରୀ ଚାଲାଣକୁ ଚଢାଉ କରି ଜବତ କରାଯାଉଛି । ବିଶେଷ କରି ମଙ୍ଗୁଳି ଟୋଲ ଗେଟ୍, ଲିଙ୍କ ରୋଡ଼ ଭଳି ଜନ ସମାଗମ ସ୍ଥାନ ଦେଇ ଅବକାରୀ ସାମଗ୍ରୀର ଚାଲାଣ ହେଉଛି । ମାତ୍ର ସେସବୁ ସ୍ଥାନ ଉପରେ ଚଢାଉ କରି ସାମଗ୍ରୀକୁ ଜବତ କରିବାରେ ସଫଳ ହୋଇଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ନିର୍ବାଚନ ଆଚରଣ ଵିଧି ଲାଗୁ ହେବା ପରେ ବର୍ତ୍ତମାନ ସୁଦ୍ଧା 400 ଗ୍ରାମ ବ୍ରାଉନସୁଗାର, 3 କ୍ୱିଣ୍ଟାଲ ଗଞ୍ଜେଇ, 4ଟି ଦାମୀ ଗାଡି , 2400 ଲିଟର ଆଇଡ଼ି ଲିକର ସହ 100 ଲିଟର ନକଲି ମଦ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏ 20 ଲକ୍ଷ ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଆଇଆଇସି । ତେବେ ଏହି ବେଆଇନ ଚାଲାଣକାରୀର ପେଣ୍ଠସ୍ଥଳୀ ହେଉଛି ପଶ୍ଚିମବଙ୍ଗ । ପ୍ରାୟତଃ ଫୁଲବାଣୀ ଓ କନ୍ଧମାଳ ଜିଲ୍ଲାରୁ ଏହି ଅବକାରୀ ସାମଗ୍ରୀ ଗୁଡିକୁ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ବେଆଇନ କାରବାର ପାଇଁ ବ୍ୟବସାୟୀମାନେ ମହିଳାଙ୍କୁ ମୋହରା ବନାଉଛନ୍ତି । ଏଥି ସହିତ ଦାମୀ ଗାଡିର ବ୍ୟବହାର କରି ପୋଲିସ ଆଖିରେ ଧୂଳି ଦେଇ ଖସି ଯିବାର ଯୋଜନା ମଧ୍ୟ ରଖିଛନ୍ତି । ମାତ୍ର ଅବକାରୀ ବିଭାଗର ଚିଲ ଆଖିରୁ ଏସବୁ ଅବକାରୀ ସାମଗ୍ରୀ ଧରାପଡିଯାଉଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 1, 2019, 6:52 PM IST

ABOUT THE AUTHOR

...view details