ଓଡିଶା

odisha

ETV Bharat / state

ଦଳ ଟିକେଟ ନଦେଲେ ଲୋକଙ୍କ ସମର୍ଥନରେ ନିର୍ବାଚନ ଲଢିବି: ମୋକିମ - ଦଳ ଟିକେଟ ନଦେଲେ ଲୋକଙ୍କ ସମର୍ଥନରେ ନିର୍ବାଚନ ଲଢିବି

ମୋକିମ କଣ କଂଗ୍ରେସ ଛାଡି ଅନ୍ୟ ଦଳରେ ଯୋଗ ଦେବେ କି ? କଂଗ୍ରେସରୁ କଣଠେସା ହେବା ପରେ ଏପରି ଅନେକ ଚର୍ଚ୍ଚା ବଢ଼ିବାରେ ଲାଗିଛି। ମାତ୍ର ଏନେଇ ମୋକିମ କହିଛନ୍ତି ଯେଉଁ ଚର୍ଚ୍ଚା ହେଉଥିଲା ତାହା କେବଳ ଗଣମାଧ୍ୟମରେ ହେଉଥିଲା। ସେ କଂଗ୍ରେସରେ ରହି ସତ କଥା କହିବାରୁ ଦଳ, ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଅଧିକ ପଢନ୍ତୁ

ଦଳ ଟିକେଟ ନଦେଲେ ଲୋକଙ୍କ ସମର୍ଥନରେ ନିର୍ବାଚନ ଲଢିବି: ବିଧାୟକ ମହମ୍ମଦ ମୋକିମ
ଦଳ ଟିକେଟ ନଦେଲେ ଲୋକଙ୍କ ସମର୍ଥନରେ ନିର୍ବାଚନ ଲଢିବି: ବିଧାୟକ ମହମ୍ମଦ ମୋକିମ

By

Published : Apr 27, 2023, 10:24 PM IST

ଦଳ ଟିକେଟ ନଦେଲେ ଲୋକଙ୍କ ସମର୍ଥନରେ ନିର୍ବାଚନ ଲଢିବି: ବିଧାୟକ ମହମ୍ମଦ ମୋକିମ

କଟକ: କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ର ସ୍ଥିତି ଏବେ କଣ ? ଆଗାମୀ ସାଧାରଣ ନିର୍ବାଚନରେ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ଆଭିମୁଖ୍ୟ କଣ ରହିବ ? ସେ କଣ କଂଗ୍ରେସରୁ ପୁଣି ଥରେ ନିର୍ବାଚନ ଲଢ଼ିବେ କି ? ମୋକିମ କଣ କଂଗ୍ରେସ ସହ ଏବେ ଅଛନ୍ତି କି ? ଯଦି ଅଛନ୍ତି ଦଳର କୌଣସି କାର୍ଯ୍ୟକ୍ରମ ରେ କାହିଁକି ପୂର୍ବ ପରି ଉପସ୍ଥିତ ରହୁ ନାହାନ୍ତି ? ଏପରି ଅନେକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନେଇ ଇଟିଭି ଭାରତକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇଛନ୍ତି ମୋକିମ ।

ମୋକିମ କଣ କଂଗ୍ରେସ ଛାଡି ଅନ୍ୟ ଦଳରେ ଯୋଗ ଦେବେ କି ? କଂଗ୍ରେସରୁ କଣଠେସା ହେବା ପରେ ଏପରି ଅନେକ ଚର୍ଚ୍ଚା ବଢ଼ିବାରେ ଲାଗିଛି। ମାତ୍ର ଏନେଇ ମୋକିମ କହିଛନ୍ତି ଯେଉଁ ଚର୍ଚ୍ଚା ହେଉଥିଲା ତାହା କେବଳ ଗଣମାଧ୍ୟମରେ ହେଉଥିଲା। ସେ କଂଗ୍ରେସରେ ରହି ସତ କଥା କହିବାରୁ ଦଳ, ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଏଯାବତ କହିଁକି ତାଙ୍କୁ କାରଣ ଦର୍ଶାଅ ନୋଟିସ କାହିଁକି କରାଯାଇଥିଲା ସେନେଇ କୌଣସି ଉତ୍ତର ମିଳି ପାରି ନାହିଁ। ଯେଉଁ କାରଣରୁ ସେ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମରୁ ଦୁରେଇ ରହିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସେ ଦଳରେ ଅଛନ୍ତି ଏବଂ କଂଗ୍ରେସ ପାଇଁ କାମ କରୁଛନ୍ତି ବୋଲି କହିଛନ୍ତି।

ମାତ୍ର ଯେପର୍ଯ୍ୟନ୍ତ ତାଙ୍କୁ କାହିଁକି କାରଣ ଦର୍ଶାଅ ନୋଟିସ କରାଯାଇଥିଲା , ତାହାର ଉତ୍ତର ନ ମିଳିବ ସେ କଂଗ୍ରେସ ଭବନ ମାଡିବେ ନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ମୋକିମ। ମୋକିମଙ୍କ ଏପରି ଉତ୍ତରକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ସତରେ ମୋକିମ କଣ ଦଳରେ ଅଛନ୍ତି ? ନାଁ ନିଜର ଭାବମୂର୍ତି ବଜାୟ ରଖିବାକୁ ଏପରି କହୁଛନ୍ତି ? କଂଗ୍ରେସ ରେ ଯଦି ଅଛନ୍ତି ତେବେ କଂଗ୍ରେସ ଭବନ ଯିବାକୁ କାହିଁକି ଚାହୁଁ ନାହାନ୍ତି ମୋକିମ! ଦଳ ର କାର୍ଯ୍ୟକ୍ରମରେ କାହିଁକି ସେ ପୂର୍ବଭଳି ଯୋଗ ଦେଉନାନାହଁନ୍ତି ?ଦଳର ମୁଖିଆ କଣ ମୋକିମଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି କି ? ନାଁ ମୋକିମଙ୍କୁ ନିଜ ଟିମ ରେ ସାମିଲ କରିବାକୁ ଚାହୁଁ ନାହାନ୍ତି । ଯାହାକି ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ମୋକିମ କିନ୍ତୁ ଏନେଇ କହିଛନ୍ତି ଯେ ସେ କଟକ ସହରରେ ଯେଉଁଠାରେ କଂଗ୍ରେସର କାର୍ଯ୍ୟକ୍ରମ ହେବ ସେ ସାମିଲ ହେବେ। ମାତ୍ର ରାଜ୍ୟ କଂଗ୍ରେସର କାର୍ଯ୍ୟକ୍ରମ ରେ ଯୋଗ ଦେବା ପୂର୍ବରୁ ତାଙ୍କ ଉପରେ କାହିଁକି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ତାହାର ସେ ସ୍ପଷ୍ଟୀକରଣ ଚାହାଁନ୍ତି । ସେହିପରି ପିସିସି ସଭାପତି ଯଦି ତାଙ୍କୁ ଦଳୀୟ କାର୍ଯ୍ୟକ୍ରମ ରେ ନିମନ୍ତ୍ରଣ କରିବେ ସେ ସାମିଲ ହେବେ ବୋଲି ମୋକିମ କହିଛନ୍ତି ।

କେବଳ ସେତିକି ନୁହେଁ, ଝାରସୁଗୁଡା ଉପ ନିର୍ବାଚନରେ ମଧ୍ୟ ନିର୍ବାଚନ ପ୍ରଚାର କରିବା ପାଇଁ ତାଙ୍କୁ ଯଦି ଦଳ ପକ୍ଷରୁ ନିମନ୍ତ୍ରଣ କରାଯିବ ସେ ଯିବେ ବୋଲି କହିଛନ୍ତି । ସେହିପରି ଆଗାମୀ ନିର୍ବାଚନରେ ସେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ମାତ୍ର କଂଗ୍ରେସ ଯଦି ଟିକେଟ ନଦେବ ତେବେ ସେ ଲୋକଙ୍କ ସମର୍ଥନ ନେଇ ସ୍ୱାଧୀନ ଭାବରେ ଲଢ଼ିବେ ବୋଲି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details