ଓଡିଶା

odisha

ETV Bharat / state

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 7ବଖରା ଘର

ଚୌଦ୍ବାର ଥାନା ଅଗ୍ରହାଟ ପଞ୍ଚାୟତର ପୁରୋହିତପୁର ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଫଳରେ  7ବଖରା ଘର ଭସ୍ମୀଭୂତ ହୋଇଛି ।

By

Published : Apr 18, 2019, 1:36 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଚୌଦ୍ବାର ଥାନା ଅଗ୍ରହାଟ ପଞ୍ଚାୟତର ପୁରୋହିତପୁର ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଫଳରେ 7ବଖରା ଘର ଭସ୍ମୀଭୂତ ହୋଇଛି । ନିଆଁ ଝାସରେ ଘରୁ କୌଣସି ଆସବାବପତ୍ର ବାହାର କରିପାରିନଥିଲେ ଲୋକେ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ୍‌ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ


ଏହି ଅଗ୍ନିକାଣ୍ଡ ଫଳରେ ଗ୍ରାମର ଦେବେନ୍ଦ୍ର ଦାସ, ଉଦ୍ଧବ ଦାସ, ଦୟାନିଧି ଦାସଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details