କଟକ: ଐତିହାସିକ କଟକ ବାଲିଯାତ୍ରା ପାଇଁ ତାରିଖ ଘୋଷଣା । ନଭେମ୍ବର 12 ତାରିଖରୁ ଆରମ୍ଭ ହୋଇ 19 ତାରିଖ ପର୍ଯ୍ୟନ୍ତ 8 ଦିନ ଧରି ଚାଲିବ ବାଲିଯାତ୍ରା । ଚଳିତ ବର୍ଷ ବାଲିଯାତ୍ରାରେ ସ୍ବଚ୍ଛତା ଓ ପରିମଳକୁ ଗୁରୁତ୍ବ ଦିଆଯିବ । ସେନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ।
ନଭେମ୍ବର 12ରୁ ବାଲିଯାତ୍ରା, ପଡିଆ ସଫେଇରୁ ପ୍ରସ୍ତୁତି ଆରମ୍ଭ
ଐତିହାସିକ କଟକ ବାଲିଯାତ୍ରା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ନଭେମ୍ବର 12 ତାରିଖରୁ ଆରମ୍ଭ ହୋଇ 19 ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା । ଚଳିତ ବର୍ଷ ବାଲିଯାତ୍ରାରେ ସ୍ବଚ୍ଛତା ଓ ପରିମଳ ଉପରେ ଦିଆଯିବ ଗୁରୁତ୍ବ ।
ଫଟୋ ସୌଜନ୍ୟ :ସମ୍ବାଦଦାତା, କଟକ
ଉଭୟ ଉପର ଓ ତଳ ପଡିଆରେ ଆୟୋଜନ ହେବ ବାଲିଯାତ୍ରା । ସମୁଦାୟ 43 ଏକର ଜାଗାରେ ଲାଗିବ ଅନେକ ପ୍ରକାରର ଷ୍ଟଲ । ତେବେ 8 ଦିନ ଧରି ଚାଲିବାକୁ ଥିବା ବାଲିଯାତ୍ରା ପାଇଁ ଶୌଚାଳୟ ନିର୍ମାଣ ଓ ପଲିଥିନ୍ ମୁକ୍ତ ଡାକରା ଦେଇଛି ମହାନଗର ନିଗମ । ଏଥିପାଇଁ କମ ସମୟ ଥିବାରୁ ସୋମବାର ଠାରୁ ପଡିଆ ସଫେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତେବେ ମେଳା ଦେଖିବାକୁ ଆସୁଥିବା ଲୋକଙ୍କୁ ଯେପରି କୌଣସି ସମସ୍ୟାର ସାମନା କରିବାକୁ ନପଡେ ସେ ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ