ଓଡିଶା

odisha

ETV Bharat / state

ହାଇକୋର୍ଟରେ ଜୟ ନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ - ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ

ହାଇକୋର୍ଟରେ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ । ଦୁଇଟି ମାମଲାରେ ଜାମିନ ପାଇଁ କରିଥିଲେ ଆବେଦନ । ଅଧିକ ପଢନ୍ତୁ

ଜୟ ନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ
ଜୟ ନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ

By ETV Bharat Odisha Team

Published : Nov 22, 2023, 9:20 AM IST

କଟକ:ବିରୋଧୀ ଦଳ ନେତାଜୟ ନାରାୟଣ ମିଶ୍ରଙ୍କୁ ହାଇକୋର୍ଟରୁ ଝଟକା । ଜୟଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ବରିଷ୍ଠ ବିଜେପି ନେତା ଜୟ ନାରାୟଣ ଦୁଇଟି ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଗୋଟିଏ ମାମଲାରେ କୋର୍ଟ, ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିବା ବେଳେ ଅନ୍ୟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଫଳରେ ଉଚ୍ଚ ଅଦାଲତରୁ ବିରୋଧୀ ଦଳ ନେତାଙ୍କୁ ନିରାଶ ହେବାକୁ ପଡ଼ିଛି । ସମ୍ବଲପୁର ଟାଉନ ଥାନା ଓ କ୍ଷେତରାଜପୁର ଥାନାରେ ଦାୟର ଦୁଇଟି ପୃଥକ୍ ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ଜୟ ।

ଏଠାରେ ସୂଚନା ଥାଉକି, ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ୨ଟି ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ । ଚଳିତ ବର୍ଷ ସମ୍ବଲପୁର ଟାଉନ ଥାନାରେ ଦାୟର ଏକ ମାମଲା ଏବଂ ଗତବର୍ଷ କ୍ଷେତରାଜପୁର ଥାନା ମାମଲାରେ ସେ ଏହି ଜାମିନ ଆବେଦନ କରିଥିଲେ । ଚଳିତ ବର୍ଷ ଫେବୃଆରୀ ମାସରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଧନୁପାଲି ଥାନାର ମହିଳା ଆଇଆଇସିଙ୍କ ସହ ମୁହାଁମୁହିଁ ହୋଇଥିଲା । ବିଜେପି ନେତା ଆଇଆଇସିଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜୟ ନାରାୟଣ ଏବଂ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାୟର ହୋଇଥିଲା । କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ମାମଲା ଦାୟର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ୧୬ରେ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି

ଏହା ମଧ୍ୟ ପଢନ୍ତୁ: LOPଙ୍କୁ ଗିରଫ ଭୟ, ଆଗୁଆ ଜାମିନ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ

ସେହିପରି ଗତ ବର୍ଷ ଅନ୍ୟ ଏକ ଘଟଣାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ହୋଇଥିଲା । କ୍ଷେତରାଜପୁର ଥାନା ଅଞ୍ଚଳରେ ଏକ ବସ୍ତି ଉଚ୍ଛେଦ ସମୟରେ ସଦର ତହସିଲଦାରଙ୍କୁ କର୍ତ୍ତବ୍ୟ ପାଳନରେ ଅବରୋଧ କରିବା ଅଭିଯୋଗରେ ଜୟ ନାରାୟଣଙ୍କ ନାଁରେ ମାମଲା ଦାୟର ହୋଇଥିଲା । ସଦର ତହସିଲଦାରଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଥିଲା । ଉଭୟ ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ଵରସ୍ତ ହୋଇଥିଲେ ଜୟ ନାରାୟଣ ମିଶ୍ର । କିନ୍ତୁ ହାଇକୋର୍ଟରୁ ତାଙ୍କୁ ନିରାଶ ହେବାକୁ ପଡିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details