ଓଡିଶା

odisha

ମିଥ୍ୟା ସତ୍ୟପାଠ କରି ଅଡୁଆରେ ପରିବହନ ମନ୍ତ୍ରୀ, ମାମଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

By

Published : Jan 28, 2020, 9:31 PM IST

Updated : Jan 28, 2020, 10:29 PM IST

ଏକ ମିଥ୍ୟା ସତ୍ୟପାଠ ଅଭିଯୋଗ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

FIR against minister
ଫାଇଲ ଫଟୋ

କଟକ: ମିଥ୍ୟା ସତ୍ୟପାଠ ଅଭିଯୋଗ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଭଗବାନ ବାଗଙ୍କ ପକ୍ଷରୁ ମନ୍ତ୍ରୀଙ୍କ ବିରୋଧରେ ମ୍ୟାଟ୍ରିକ ସାର୍ଟିଫିକେଟ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କର ଏକ ମାମଲା ରୁଜୁ କରିବା ପାଇଁ ହାଇକୋର୍ଟର ବିଚରପତି ବି ଆର ଷଡଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀଙ୍କ ବିରୋଧରେ ଏନେଇ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଏଫଆଇଆର ରୁଜୁ କରିବାକୁ କୋର୍ଟ, ବିରମହାରାଜପୁର ଥାନା ଅଧିକାରୀଙ୍କୁ ସ୍ପଷ୍ଟ କରିଛନ୍ତି । ଗତ ୨୦୦୪ ମସିହାରେ ମନ୍ତ୍ରୀ ନିର୍ବାଚନୀ ସତ୍ୟପାଠରେ ନିଜର ମ୍ୟାଟ୍ରିକ ସାର୍ଟିଫିକେଟ ସମ୍ପର୍କରେ ଯେଉଁ ସତ୍ୟପାଠ ଦେଇଥିଲେ ପରବର୍ତ୍ତୀ ସମୟରେ ଏହି ସମ୍ପର୍କରେ ଦେଇଥିବା ତଥ୍ୟରେ ତାଳମେଳ ରହିନଥିଲା । ଏପରିସ୍ଥଳେ ସେ ନିଜର ମ୍ୟାଟ୍ରିକ ସାର୍ଟିଫିକେଟ ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବା ଜଣାପଡିଥିଲା ।

ଆବେଦନକାରୀ ଏପରି ସଙ୍ଗିନ ଘଟଣାରେ ସୁବର୍ଣ୍ଣପୁର ଆରକ୍ଷୀ ନିରୀକ୍ଷକ, ବିରମହାରାଜପୁର ଥାନା ଅଧିକାରୀ ପ୍ରମୁଖଙ୍କୁ ନିକଟରେ ଅବଗତ କରାଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଶେଷରେ ଆବେଦନକାରୀ ବାଧ୍ୟ ହୋଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ରୁଜୁ ମାମଲାରେ ଆବେଦନକାରୀ ଗୃହ ବିଭାଗ ସଚିବ, ସୁବର୍ଣ୍ଣପୁର ଏସପି, ବିରମହାରାଜପୁର ଥାନା ଅଧିକାରୀ, ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 28, 2020, 10:29 PM IST

ABOUT THE AUTHOR

...view details