ଓଡିଶା

odisha

ETV Bharat / state

ଫାର୍ମ ହାଉସରେ ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର

ଫାର୍ମ ହାଉସରେ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲା ପରିବାର । ଅଧିକ ପଢନ୍ତୁ...

By

Published : Jul 15, 2021, 9:07 PM IST

ଫାର୍ମ ହାଉସରେ ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର
ଫାର୍ମ ହାଉସରେ ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର

କଟକ:ଫାର୍ମ ହାଉସରେ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗୋଡ଼ ତଳେ ଲାଗିଥିବାବେଳେ ମୃତଦେହଟି ଝୁଲନ୍ତା ଅବସ୍ଥାରେ ରହିଥିବା କାରଣରୁ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏପରି ସ୍ଥଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏପରି ଘଟଣା ଘଟିଛି ଟାଙ୍ଗି ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତର ଆଞ୍ଜୁଆ ଗ୍ରାମରେ ।

ଫାର୍ମ ହାଉସରେ ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର

ସୂଚନା ଅନୁସାରେ, ମାଗୁରା ଗ୍ରାମର ଅନନ୍ତ ସାହୁଙ୍କ ପୁଅ ପ୍ରଶାନ୍ତ କୁମାର ସାହୁ ନବୀନ କୁମାର କାଣ୍ଡୋଇଙ୍କ ବରପଦାସ୍ଥିତ ଆଞ୍ଜୁଆ ଗ୍ରାମରେ ଥିବା ଫାର୍ମ ହାଉସରେ ଦୀର୍ଘ ୮ ରୁ ୯ ମାସ ହେବ କାମ କରୁଥିଲେ । ସେହି ଫାର୍ମ ହାଉସରେ ଅନ୍ୟ ୨ ଜଣ କର୍ମଚାରୀଙ୍କ ସହିତ ଗତକାଲି ରାତିରେ ରହି କାର୍ଯ୍ୟ ମଧ୍ୟ କରିଥିଲେ ପ୍ରଶାନ୍ତ । ଘର ଲୋକଙ୍କ ସହିତ ରାତି ୩ଟା ପର୍ଯ୍ୟନ୍ତ କଥା ହେଉଥିବାର ଫୋନ ରେକର୍ଡରୁ ମଧ୍ୟ ସ୍ପଷ୍ଟ ହୋଇଛି । ହେଲେ ଆଜି ଫାର୍ମ ହଉସର ରେଷ୍ଟରୁମରେ ପ୍ରଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କାରଯାଇଛି । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଛନ୍ତି । ମୃତଦେହର ଗୋଡ଼ ତଳେ ଲାଗିଥିବାର ଦେଖି ପରିବାର ଲୋକେ ଏହାକୁ ହତ୍ୟା ସନ୍ଦେହ କରୁଛନ୍ତି । ଖବର ପାଇ ଟାଙ୍ଗି ଥାନା ଅଧିକାରୀ ସୁଚିତ୍ରବିର୍ଯ୍ୟ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details