ଓଡିଶା

odisha

ETV Bharat / state

ଗୁରୁଡିଝାଟିଆ ଲୁଟ ଘଟଣାର ପର୍ଦ୍ଦାଫାସ, 3 ମୁଖ୍ୟ ଅଭିଯୁକ୍ତ ଗିରଫ - କଟକ ଅପରାଧ ଖବର

ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିବା ଜିତୁର ପୁରା ପରିବାର ଏହି ଲୁଟରେ ସାମିଲ ଥିବା କଟକ ଡିସିପି ସୂଚନା ଦେଇଛନ୍ତି। ଜିତୁର ମହିଳା ବନ୍ଧୁ, ମା’ ଓ ଭଉଣୀ ଏଥିରେ ସାମିଲ ଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 14, 2019, 3:15 PM IST

Updated : Oct 15, 2019, 9:46 AM IST

କଟକ: କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲା ଗୁରୁଡିଝାଟିଆ ଅଞ୍ଚଳରେ ହୋଇଥିବା ଲୁଟ ଘଟଣା । ଯାହାର ଏବେ ପର୍ଦ୍ଦାଫାସ କରିଛି ପୋଲିସ । ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିବା ଜିତୁର ପୁରା ପରିବାର ଏହି ଲୁଟରେ ସାମିଲ ଥିବା କଟକ ଡିସିପି ସୂଚନା ଦେଇଛନ୍ତି। ଜିତୁର ମହିଳା ବନ୍ଧୁ, ମା’ ଓ ଭଉଣୀ ଏଥିରେ ସାମିଲ ଥିବା ସୂଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଅନୁୟାୟୀ ଜିତୁର ମହିଳା ବନ୍ଧୁ ଏ ସମସ୍ତ ଲୁଟ ପାଇଁ ଯୋଜନା କରୁଥିଲା। ଯୋଜନା ମୁତାବକ ଜିତୁ ଓ ଅନ୍ୟ ସହଯୋଗୀମାନେ ଲୁଟ କରୁଥିଲେ। ଲୁଟ କରି ଯାହା ଆଣୁଥିଲେ ଜିତୁର ମା’ ଓ ଭଉଣୀ ଲୁଟ ସାମଗ୍ରୀକୁ ରଖୁଥିଲେ। ଏହି ଲୁଟ ଟଙ୍କାରେ ଅନେକ ବଡ ବଡ ଗାଡି ଓ ଘର ସାମଗ୍ରୀ କିଣୁଥିଲେ ଜିତୁର ପରିବାର ଲୋକ। ଏଭଳି ଘଟଣାକୁ ଖୁଲାସା କରିଛନ୍ତି କଟକ ଡିସିପି।

ତେବେ ରବିବାର ଜିତୁକୁ ପୋଲିସ ଏନକାଉଣ୍ଟର କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ସମସ୍ତ ପରିବାର ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ପୂର୍ବରୁ ଗୁରୁଝାଟିଆ ଅଞ୍ଚଳରେ ଏକ କାରକୁ ଅଟକାଇ କିଛି ଦୁର୍ବୃତ୍ତ ସୁନା ଗହଣା ଓ ଟଙ୍କା ଛଡାଇ ନେବା ସହ ଗୁଳି ଚାଳନା କରିଥିଲେ। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହାର ତଦନ୍ତ କରି 4 ଜଣଙ୍କର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା।

ଏହି ଘଟଣାରେ ପୋଲିସ ଜିତୁକୁ ରବିବାର ଏନକାଉଣ୍ଟର କରିଛି। ଜିତୁର ପରିବାର ଲୋକେ ଏଥିରେ ସମ୍ପୃକ୍ତି ଥିବା ପୋଲିସ ତଦନ୍ତରୁ ଜାଣି ପାରି ସମସ୍ତ ପରିବାର ଲୋକଙ୍କୁ ଗିରଫ କରିଛି। ବର୍ତ୍ତମାନ ଗୁରୁଝାଟିଆ ତଥା ଆଖପାଖ ଅଞ୍ଚଳରେ ପାଟ୍ରୋଲିଂକୁ କଡାକଡି କରାଯିବ ବୋଲି ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 15, 2019, 9:46 AM IST

ABOUT THE AUTHOR

...view details