ଓଡିଶା

odisha

ETV Bharat / state

ଦାମୀଗାଡି @ଗଞ୍ଜେଇ: ମଙ୍ଗୁଳି ଟୋଲଗେଟରେ ବେପାରୀଙ୍କ ପର୍ଦ୍ଦାଫାଶ

ପେଟ୍ରୋଲିଂ ବେଳେ କଟକ ମଙ୍ଗୁଳି ଟୋଲ ଗେଟ ନିକଟରୁ 1 କ୍ବିଣ୍ଟାଲ 21 କେଜି ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏଥିସହ 2 ଜଣଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 15 ଲକ୍ଷ ଟଙ୍କା ହେବ ।

By

Published : Mar 28, 2019, 5:53 PM IST

Updated : Mar 30, 2019, 6:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଗଞ୍ଜେଇ ଚୋରାଚାଲାଣର ନୂଆ ଉପାୟ । ଦାମୀ କାର ସହ ମହିଳାଙ୍କୁ ମୋହରା ବନାଉଛି ଗଞ୍ଜେଇ ବେପାରୀ । ଆଶ୍ଚର୍ଯ୍ୟର କଥା ଯେ, ଦାମୀ ଗାଡି ବ୍ୟବହାର ଦ୍ବାରା ବଡବଡୁଆଙ୍କ ଗାଡି ଭାବି ଚେକିଂ କରିବେ ନାହିଁ ପୋଲିସ ବାବୁ । ଫଳରେ ସିଧାସଳଖ ପୋଲିସ ଆଖିରେ ଧୂଳି ଦେଇ ଖସି ଯିବେ ଏହି ଚୋରାଚାଲାଣକାରୀ । କିନ୍ତୁ ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଏହି ଉଦ୍ୟମକୁ ପଣ୍ଡ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ।

ସୂଚନାଯୋଗ୍ୟ, ଗୁରୁବାର ସକାଳେ ମଙ୍ଗୁଳି ଟୋଲ ଗେଟ ନିକଟରେ ପେଟ୍ରୋଲିଂ ବେଳେ ଏକ ବଙ୍ଗୀୟ ଗାଡି (ଟାଟା ମୀନଜା)କୁ ସିଜ କରିଛି ଅବକାରୀ ବିଭାଗ । ଉକ୍ତ ଗାଡିରୁ 1 କ୍ବିଣ୍ଟାଲ 21 କେଜି ଗଞ୍ଜେଇ ସହ କାରବାରରେ ସମ୍ପୃକ୍ତ 2ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଜଣେ ମୁସଲିମ ମହିଳା ରୁକୀୟା ଖାତୁନ ଓ ଖୋକାନ ଭଣ୍ଡାରୀ । ତେବେ ଗାଡିରୁ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 15 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଗଞ୍ଜେଇ ଭର୍ତ୍ତି ଏହି ଗାଡିଟି ଫୁଲବାଣୀରୁ ହାୱଡା ଯାଉଥିଲା ।

ପ୍ରକାଶ ଯେ, ଗତ ସପ୍ତାହରେ ଜଣେ ବଙ୍ଗୀୟ ଯୁବକଙ୍କ ସହ 1 କ୍ବିଣ୍ଟାଲ 20 କେଜି ଗଞ୍ଜେଇ ଓ ଏକ ଦାମୀ କାର ଜବତ କରିଥିଲା କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 30, 2019, 6:14 PM IST

ABOUT THE AUTHOR

...view details