ଓଡିଶା

odisha

ETV Bharat / state

ଲାଲକିଲ୍ଲାରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ

ଭାଇଚାରାର ସହର କଟକରେ ଚାଲିଛି ଗଣପତିଙ୍କ ପୂଜା । ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ସଜେଇ ହୋଇଛି ସିଲଭର ସିଟି। ନୂଆବଜାର ସ୍ଥିତ ଦିବ୍ୟଜ୍ୟୋତି କ୍ଲବ ଆକର୍ଷଣୀୟ ଲାଲକିଲ୍ଲା ତୋରଣ ମନ ମୋହୁଛି।

By

Published : Sep 4, 2019, 5:44 PM IST

Updated : Sep 5, 2019, 12:25 PM IST

ଲାଲକିଲ୍ଲାରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ

କଟକ: ଧୂମଧାମରେ ଚାଲିଛି ସାରାଦେଶରେ ଗଜାନନଙ୍କ ପୂଜା । ଅଗ୍ରଦେବତାଙ୍କ ଆରାଧନାକୁ ନେଇ ଉତ୍ସବ ମୁଖର ସମଗ୍ର ଦେଶ । କେଉଁଠି ବିଶାଳ ଗଣେଶ ପ୍ରତିମା ପୂଜା ପାଉଛନ୍ତି ତ କେଉଁଠି ଆକର୍ଷଣୀୟ ତୋରଣ ଶୋଭାପାଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଚଳିତ ବର୍ଷ ସିଲଭର ସିଟି କଟକରେ ଶୋଭାପାଉଛି ଦିଲ୍ଲୀର ଲାଲକିଲ୍ଲା । ପବିତ୍ର ଗଣେଷ ପୂଜା ଉପଲକ୍ଷେ ସ୍ଥାନୀୟ ନୂଆପଡାର ଦିବ୍ୟଜ୍ୟୋତି କ୍ଲବ ପକ୍ଷରୁ ଏହି ଏହାର ଆୟୋଜନ କରାଯାଇଛି । ଯାହା ଦିଲ୍ଲୀର ଲାଲକିଲ୍ଲାଠୁ କୌଣସି ଗୁଣରେ କମ ନୁହେଁ । କାରିଗରଙ୍କ ସୂକ୍ଷ୍ମ କାରୁକାର୍ଯ୍ୟରେ ଏକ ଜୀବନ୍ତ ଦୃଶ୍ୟ ଦେଖିବାକୁ ପାଉଛନ୍ତି କଟକବାସୀ ।

ମୋଟ 3 ଲକ୍ଷ ଟଙ୍କାରେ ନିର୍ମିତ ହୋଇଛି ଏହି ତୋରଣ । ଅନ୍ୟପଟେ ଏହି ସୂକ୍ଷ୍ମ କାରୁକାର୍ଯ୍ୟକୁ ଦେଖି ବେଶ ଖୁସି ଓ ଆନନ୍ଦରେ ବିଭୋର ହେଉଛନ୍ତି ଦର୍ଶକ ଓ ଭକ୍ତ। କାରଣ ଲାଲକିଲ୍ଲାର ଜୀବନ୍ତ ଦୃଶ୍ୟ କଟକରେ ପ୍ରଥମ ଥର ଦେଖିବାକୁ ପାଇଛନ୍ତି ଦର୍ଶକ । ଏହାସହ ଦିଲ୍ଲୀ ନହେଲା ନାଇଁ କଟକରେ ତ ହେଲା ଲାଲକିଲ୍ଲା ବୋଲି ଭକ୍ତ ମହଲରେ ଚର୍ଚ୍ଚା ହେଉଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 5, 2019, 12:25 PM IST

ABOUT THE AUTHOR

...view details