କଟକ: ବାଲିଯାତ୍ରାକୁ ନେଇ ଶାନ୍ତି କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ପ୍ରଥମେ ଅସନ୍ତୋଷ ଝାଡିବା ପରେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିବା ଘଟଣାରେ ଏକ ନୂଆ ମୋଡ଼ ନେଇଛି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ପ୍ରଭାତ ତ୍ରିପାଠୀ । ଏହି ଭିଡିଓ ମୋ ବିରୋଧରେ ଖରାପ ଉଦ୍ଦେଶ୍ୟ ରଖି କରାଯାଇଥିବା ସେ କହିଛନ୍ତି ।
ଏନେଇ ଶାନ୍ତି କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, "ଏହି ଭିଡ଼ିଓ ବହୁତ ପୁରୁଣା । ଏହାକୁ ଏବେ ସୋସିଆଲ ମିଡିଆରେ ପକାଇ ଲୋକଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରାଯାଉଛି । ମୁଁ ମୋର କଥାକୁ ପରିବର୍ତ୍ତନ କରିନି । 18 ତାରିଖରେ ଯେଉଁ ସାମ୍ବାଦିକ ସମ୍ମିଳନୀରେ ମତ ରହିଥିଲା ସେହି ମତ ମହାନଗର ପୂଜା କମିଟି ଓ ଶାନ୍ତି କମିଟି ବଜାୟ ରଖିଛି । ସମ୍ପୂର୍ଣ୍ଣ ବାଲିଯାତ୍ରାରେ କେତେ ଆୟ ବ୍ୟୟ ହୋଇଛି ତାହା ଅଡିଟ ହେବା ଆବଶ୍ୟକ ।"ଏହାଛଡା ରାଜ୍ୟ ସରକାର ପ୍ରତ୍ୟକ୍ଷ ଭାବରେ ବାଲିଯାତ୍ରାରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ପ୍ରଭାତ ତ୍ରିପାଠୀ ।