କଟକ: ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟ୍ ପାଇଁ ଲମ୍ବା ରେସ୍ । ଅନେକ ଆଶାୟୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୂପାଲି ଲେଙ୍କା । ଯିଏକି ଗତକାଲି (ବୁଧବାର) କରିଛନ୍ତି ଶକ୍ତି ପ୍ରଦର୍ଶନ । ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଯେଉଁ ରାଲି ଗତକାଲି ହୋଇଛି ତାହା ପ୍ରଭାବଶୂନ୍ୟ। ବିଜେଡିକୁ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ତୃଣମୂଳ ସ୍ତରରୁ ମଜବୁତ କରିବାରେ କିଏ ସହାୟକ ହୋଇଛି ତାହା ଲୋକେ ଜାଣିଛନ୍ତି । ନିର୍ବାଚନ ଆସିଲେ ଅନେକ ଆଶାୟୀ ଆସନ୍ତି।"
ଦଳର ସୁପ୍ରିମୋଙ୍କ କଥାରେ ହିଁ ଏଠାରେ ସବୁ କିଛି ହୋଇଥଏ ବୋଲି କହିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। "ନିର୍ବାଚନ ଆଉ କମ୍ ଦିନ ରହିଛି ତେଣୁ କିଏ ନବୀନ ବାବୁ ଓ ପାଣ୍ଡିଆନଙ୍କ ଫଟୋ ଲଗାଇ ଓ ବିଜେଡି ପତାକା ଧରି ରାଲି କରିବ ତାହା ତାର ବ୍ୟକ୍ତିଗତ ବିଚାର। କିନ୍ତୁ ଏହା କେବଳ ନିର୍ବାଚନ ପୂର୍ବରୁ , ଯେବେ ନିର୍ବାଚନ ଫଳାଫଳ ଆସେ ସେଠାରେ କିଏ ବାଜି ମାରିବ ତାହା ପୂର୍ବରୁ ରେକର୍ଡ ରହିଛି । ତେଣୁ ଲୋକମାନଙ୍କ ସହ ବିଜେଡି ରହିଛି ଆଉ ରହିବ" ବୋଲି କହିଛନ୍ତି ପ୍ରଭାତ ବିଶ୍ବାଳ। ଏହାରି ଭିତରେ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ହେବିୱେଟ୍ କୁହାଯାଉଥିବା ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ମଧ୍ୟ ରେସର ଆଗରେ ରହିଛନ୍ତି। ଏହି ଛକାପଞ୍ଝା ଭିତରେ ବାଜି କିଏ ମାରିବ ତାକୁ ନେଇ ପ୍ରଶ୍ନ ଉଠିଛି ।
ଏହାମଧ୍ଯ ପଢ଼ନ୍ତୁ: ଚୌଦ୍ବାର ବିଜେଡିରେ ଦ୍ବନ୍ଦ୍ବ, ବନ୍ଧୁମିଳନ ଆଳରେ ଟିକେଟ୍ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ