ଓଡିଶା

odisha

ETV Bharat / state

ପଚରାଉଚରା ସମୟରେ ଅଭିଯୁକ୍ତର ମୃତ୍ୟୁ, ରେଞ୍ଜରଙ୍କ ସମେତ 7 ବନ କର୍ମଚାରୀ ଥାନାରେ ଅଟକ

ବନ ବିଭାଗ ହେପାଜତରେ ଥିବା ସମୟରେ ଅଭିଯୁକ୍ତର ମୃତ୍ୟୁ । ରେଞ୍ଜରଙ୍କ ସମେତ 7 ବନ କର୍ମଚାରୀଙ୍କୁ ଥାନାରେ ଅଟକ । ଅଧିକ ପଢନ୍ତୁ

forest guard and ranger detained
forest guard and ranger detained

By

Published : Feb 6, 2023, 10:25 AM IST

Updated : Feb 6, 2023, 1:26 PM IST

forest guard and ranger detained

କଟକ:ବଡମ୍ବା ବନ ବିଭାଗ ହେପାଜତରେ ଥିବା ବେଳେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ । ରେଞ୍ଜରଙ୍କ ସମେତ ସାତ ଜଣ ବନ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇଥିବା ସୂଚନା । ମୃତକ ଜଣଙ୍କ ହେଲେ ବଡମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗାଁର ୫୯ ବର୍ଷିୟ ଧନେଶ୍ବର ବେହେରା । ଏକ ଦନ୍ତାହତୀର ଗୁଳିବିଦ୍ଧ ମୃତଦେହ ଉଦ୍ଧାର ପରେ ବଡମ୍ବା ବନ ବିଭାଗ ମୃତକ ଜଣଙ୍କୁ ସୋମବାର ଉଠାଇ ଆଣି ପଚରାଉଚରା କରାଯାଉଥିଲା । ତେବେ ବନ ବିଭାଗର ହେପାଜତରେ ଥିବା ବେଳେ ଆଜି ଭୋରୁ ସମୟରେ ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, କିଛି ଦିନ ତଳେ ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ବନ ବିଭାଗ ମୃତକ ଧନେଶ୍ବର ବେହେରାଙ୍କୁ ଗତକାଲି(ରବିବାର) ଉଠାଇ ଆଣି ଅଟକ ରଖିଥିଲା । ଏହାପରେ ତାକୁ ହାତୀ ମୃତ୍ୟୁ ନେଇ ପଚରାଉଚରା କରାଯାଇଥିଲା । ତେବେ ରେଞ୍ଜରଙ୍କ ହେପାଜତରେ ଥିବା ବେଳେ ଉକ୍ତ ଅଭିଯୁକ୍ତଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଏପରି ଖବର ସାମ୍ନାକୁ ଆସିବା ପରେ ଆଠଗଡ଼ ଥାନା ପୋଲିସ ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ ଜଣଙ୍କୁ ଉଠାଇ ନେଇ ଘଟଣା ସମ୍ପର୍କରେ ପଚରାଉଚରା କରୁଛି । ମୃତକଙ୍କ ପରିବାର ଲୋକେ ଖବର ପାଇ ଆଠଗଡ଼ ଡାକ୍ତରଖାନାରେ ପହଞ୍ଚିଥିବାର ସୂଚନା ମିଳିଛି । ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ରେଞ୍ଜରଙ୍କ ହେପାଜତରେ ଥିବା ବେଳେ କିଭଳି ଧନେଶ୍ବର ବେହେରାଙ୍କ ମୃତ୍ୟୁ ହେଲେ ସେନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଠଗଡ ଏସଡିପିଓ ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ ଜଣ ବନକର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା ଜାରି ରଖିଛନ୍ତି । ଏନେଇ ମୃତକଙ୍କ ପରିବାରର ପ୍ରତିକ୍ରିୟାକୁ ମଧ୍ୟ ଅପେକ୍ଷା କରାଯାଇଛି ।

ଇଟିଭି ଭାରତ, କଟକ

Last Updated : Feb 6, 2023, 1:26 PM IST

ABOUT THE AUTHOR

...view details