କଟକ: ଆର୍ଥିକ କ୍ଷେତ୍ରରେ ଶସକ୍ତ ହେବେ ଗ୍ରାମୀଣ ମହିଳା । ନିଯୁକ୍ତି ଦୁଃଖରେ ପଡିବ ପୂର୍ଣ୍ଣଛେଦ। ଅବଶୋଷର ଆକାଶରେ ଦୃଶ୍ୟ ହେଲା ଆଶାର କିରଣ । ଏଣିକି ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ହାତ ତିଆରି ଜିନିଷକୁ ସିଧାସଳଖ ପରଖି କଣିବେ ରାଜ୍ୟ ତଥା ରାଜ୍ୟ ବାହାର ପ୍ରମୁଖ କମ୍ପାନୀ । ଯାହାଦ୍ବାରା ଗ୍ରାମୀଣ ମହିଳା ମାନେ ସଶକ୍ତ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ।
ଆର୍ଥିକ ସ୍ବଚ୍ଛଳତା ପାଇବା ସହ ଓ ଘରେ ବସି ନିଜର ହାତ ତିଆରି ଜିନିଷ ବିକ୍ରି କରି ପାରିବେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ । ବୁଧବାର ଓରମାସ ପକ୍ଷରୁ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି କ୍ରେତା ବିକ୍ରେତା ବୈଠକରେ ଉଦ୍ୟୋଗପତି ଏବେ ସିଧାସଳଖ ଗ୍ରାମୀଣ ମହିଳାଙ୍କ ପାଖରୁ ହାତ ତିଆରି ସାମଗ୍ରୀ ମିଜେ ପରଖି କିଣିପାରିବେ ବୋଲି ବୈଠକରେ କୁହାଯାଇଛି। ଯାହା ଦ୍ବାରା ବେଶ ଲାଭବାନ ହେବେ ଏହି ମହିଳାମାନେ । ବୁଧବାର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଏସଏସଜି ମହିଳା ନିଜ ହାତ ତିଆରି ଜିନିଷ ପ୍ରମୁଖ ଉଦ୍ୟୋଗପତି ମାନକୁ ଦେଖାଇଥିଲେ ।