ଓଡିଶା

odisha

ETV Bharat / state

କାଲି ମୁଣ୍ଡୁଳିରେ ପହଞ୍ଚିବ ବନ୍ୟାଜଳ, ପ୍ରଭାବହୀନ କହିଲେ ଯନ୍ତ୍ରୀ

ଆସନ୍ତାକାଲି ସକାଳ 9ଟା ସୁଦ୍ଧା ହୀରାକୁଦରୁ ଆସୁଥିବା ବନ୍ୟାଜଳ ମୁଣ୍ଡୁଳିରେ ପହଞ୍ଚିବ। ବନ୍ୟାଜଳ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ନରାଜ ବ୍ୟାରେଜ ଦାୟିତ୍ବରେ ଥିବା ଇଞ୍ଜିନିୟର ପ୍ରକାଶ କରିଛନ୍ତି ।

By

Published : Aug 16, 2019, 7:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆସନ୍ତାକାଲି ସକାଳ 9ଟା ସୁଦ୍ଧା ହୀରାକୁଦରୁ ଆସୁଥିବା ବନ୍ୟାଜଳ ମୁଣ୍ଡୁଳିରେ ପହଞ୍ଚିବ। ତେବେ ଏହି ବନ୍ୟାଜଳ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ନରାଜ ବ୍ୟାରେଜ ଦାୟିତ୍ବରେ ଥିବା ଇଞ୍ଜିନିୟର ପ୍ରକାଶ କରିଛନ୍ତି । ତେବେ ଆଜି ହୀରାକୁଦ 20ଟି ଗେଟରୁ 3 ଲକ୍ଷ 28 ହଜାର କ୍ୟୁସେକ ଜଳ ଛାଡ଼ିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆଜି ସନ୍ଧ୍ୟାରେ ମୁଣ୍ଡୁଳି ବ୍ୟାରେଜ ଦେଇ ପ୍ରତି ସେକେଣ୍ଡରେ 4 ଲକ୍ଷ 53 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ନରାଜ ଦେଇ ପ୍ରତି ସେକେଣ୍ଡରେ 2 ଲକ୍ଷ 29 ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅବଶିଷ୍ଟ ପାଣି ଯୋବ୍ରା ଆନିକଟ ଦେଇ ପ୍ରବାହିତ ହେଉଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details