ଓଡିଶା

odisha

ETV Bharat / state

ଏସସିବି ମେଡିକାଲ ସିଟି ସ୍କାନ ବିଭାଗରେ ଅଗ୍ନିକାଣ୍ଡ

କଟକ ଏସସିବି ମେଡିକାଲର ଆଞ୍ଚଳିକ ନିଦାନ କେନ୍ଦ୍ରରେ ଥିବା ସିଟି ସ୍କାନ ବିଭାଗରେ ଅଗ୍ନିକାଣ୍ଡ। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା। ଅଧିକ ପଢନ୍ତୁ...

ଏସସିବି ମେଡିକାଲ ସିଟି ସ୍କାନ ବିଭାଗରେ ଅଗ୍ନିକାଣ୍ଡ
ଏସସିବି ମେଡିକାଲ ସିଟି ସ୍କାନ ବିଭାଗରେ ଅଗ୍ନିକାଣ୍ଡ

By

Published : Mar 14, 2021, 11:31 AM IST

କଟକ: ଏସସିବି ମେଡିକାଲର ଆଞ୍ଚଳିକ ନିଦାନ କେନ୍ଦ୍ରରେ ଥିବା ସିଟି ସ୍କାନ ବିଭାଗରେ ଅଗ୍ନିକାଣ୍ଡ। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା। ତେବେ ରୋଗୀଙ୍କ ସମ୍ପର୍କୀୟ ସିଟି ସ୍କାନ ପାଇଁ ବିଭାଗକୁ ଯାଇଥିଲା ବେଳେ ଅଗ୍ନିକାଣ୍ଡର ଖବର ପାଇ ସଙ୍ଗେସଙ୍ଗେ ଉଚ୍ଚ ଅଧକାରୀଙ୍କୁ ସୂଚନା ଦେଇଥିଲେ ।

ଏସସିବି ମେଡିକାଲ ସିଟି ସ୍କାନ ବିଭାଗରେ ଅଗ୍ନିକାଣ୍ଡ

ଏହାପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ କିଛି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details