ଓଡିଶା

odisha

ETV Bharat / state

'ଫନି' ପାଇଁ ପରିବା ଦର ଆକାଶ ଛୁଆଁ

ଉଠୁଛି ପଡୁଛି କଟକର ଛତ୍ର ବଜାର । ପରିବା ଦୋକାନ ଆଗରେ ଲାଗିଛି ଲମ୍ବା ଲାଇନ। ବାତ୍ୟା 'ଫନି' କୁ ଆଖିଆଗରେ ରଖି ନିଜର ଆଗାମୀ 3 ଦିନ ପାଇଁ ଖାଦ୍ୟ ସଞ୍ଚିବାରେ ବ୍ୟସ୍ତ ସାଧାରଣ ଜନତା । କିନ୍ତୁ ବଜାରରେ ଆଳୁ ଓ ପିଆଜର ଚଢା ଦର ଯୋଗୁଁ ନିରାଶ ହେଉଛନ୍ତି ଗ୍ରାହକ ।

By

Published : May 2, 2019, 5:05 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ : ଉଠୁଛି ପଡୁଛି କଟକର ଛତ୍ର ବଜାର । ପରିବା ଦୋକାନ ଆଗରେ ଲାଗିଛି ଲମ୍ବା ଲାଇନ। ବାତ୍ୟା 'ଫନି' କୁ ଆଖିଆଗରେ ରଖି ନିଜର ଆଗାମୀ 3 ଦିନ ପାଇଁ ଖାଦ୍ୟ ସଞ୍ଚିବାରେ ବ୍ୟସ୍ତ ସାଧାରଣ ଜନତା । କିନ୍ତୁ ବଜାରରେ ଆଳୁ ଓ ପିଆଜର ଚଢା ଦର ଯୋଗୁଁ ନିରାଶ ହେଉଛନ୍ତି ଗ୍ରାହକ । ଏପରି ସମୟରେ ଦରଦାମ ବୃଦ୍ଧି କରି ବ୍ୟବସାୟୀ ମନେ ଲାଭବାନ ହେଉଛନ୍ତି ବୋଲି କହିଛନ୍ତି ଗ୍ରାହକ।

କାରଣ ପୂର୍ବରୁ ତିତଲି , ହୁଡୁହୁଡ଼ୁ , ଫାଇଲିନ ସମୟରେ ଯେତିକି ଦର ଦାମ ଥିଲା ତାହା ଏହି ବାତ୍ୟା 'ଫନି' ଆସିବା ନେଇ ଦ୍ୱିଗୁଣିତ ହୋଇଯାଇଛି । ଯାହାକୁ ନେଇ ଖାଉଟିଙ୍କ ସମସ୍ୟା ପାଲଟିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା କଟକ

ଅନ୍ୟପଟେ 'ଫନି'କୁ ଆଖି ଆଗରେ ରଖି ବ୍ୟବସାୟ ମଧ୍ୟ ଜୋର ହେଉଛି । ଯାହାଦ୍ୱାରା ମାଲଗୋଦାମରେ ଆଳୁ ଓ ପିଆଜର ଷ୍ଟକ କମିଯାଉଛି । ଯେଉଥିପାଇଁ ଦରଦାମ ବୃଦ୍ଧି କରିବାକୁ ପଡୁଛି ବୋଲି କହିଛନ୍ତି ବ୍ୟବସାୟୀ । ଗତକାଲି ଆଳୁ କିଲୋ ପିଛା 18 ଟଙ୍କା ଥିଲା ମାତ୍ର କ୍ରମଶେଃ ଏହା ବୃଦ୍ଧି ହୋଇ ଆଳୁ 25 ଟଙ୍କା ରହିଛି ଓ ପିଆଜ ଦର ଆକାଶ ଛୁଆଁ ରହିଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details