ଓଡିଶା

odisha

By

Published : Sep 9, 2022, 11:09 PM IST

ETV Bharat / state

ନିଆଳି ପାଲଟିଛି ଅବକାରୀ ହବ, ମାଫିଆଙ୍କୁ ଅବକାରୀ ବିଭାଗର ଚେତାବନୀ

ନିଆଳିରେ ବେଧଡ଼କ ଚାଲିଛି ଗଞ୍ଜେଇ ଓ ବ୍ରାଉନ ସୁଗାର ବ୍ୟବସାୟ । ଏହା ଉପରେ କଡ଼ା ନଜର ରଖିଛି ଅବକାରୀ ବିଭାଗ । ଆଗାମୀ ଦିନରେ ଜୋରସୋରରେ ଅବକାରୀ ବିଭାଗର ଚଢ଼ାଉ ହେବ ବୋଲି କହିଛନ୍ତି କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ । ଅଧିକ ପଢ଼ନ୍ତୁ

ନିଆଳି ପାଲଟିଛି ଅବକାରୀ ହବ, ମାଫିଆଙ୍କୁ ଅବକାରୀ ବିଭାଗର ଚେତାବନୀ
ନିଆଳି ପାଲଟିଛି ଅବକାରୀ ହବ, ମାଫିଆଙ୍କୁ ଅବକାରୀ ବିଭାଗର ଚେତାବନୀ

କଟକ: ନିଆଳି ପାଲଟିଛି ଗଞ୍ଜେଇ ଓ ବ୍ରାଉନ ସୁଗାର ବ୍ୟବସାୟର ହବ । ଗତ ୫ ମାସ ମଧ୍ୟରେ କଟକ ରୁ ୩ କ୍ବିଣ୍ଟାଲ ଗଞ୍ଜେଇ ସହିତ ୫୦୦ ରୁ ଊର୍ଦ୍ଧ୍ଵ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ । ତେବେ ଏହି ଦିଗରେ ଆଗମୀ ଦିନରେ ଅବକାରୀ ଚଢ଼ାଉ ଖୁବ ଜୋରସୋର ହେବ ବୋଲି କହିଛନ୍ତି କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ।

ନିଆଳି ପାଲଟିଛି ଅବକାରୀ ହବ, ମାଫିଆଙ୍କୁ ଅବକାରୀ ବିଭାଗର ଚେତାବନୀ

ଗଞ୍ଜେଇ ଓ ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଟାର୍ଗେଟରେ ଟ୍ବିନସିଟି କଟକ ଓ ଭୁବନେଶ୍ବର । ବିଶେଷ ଭାବରେ ବିତ୍ତଶାଳୀ ବ୍ୟକ୍ତି, ଛାତ୍ର ଓ ଯୁବବର୍ଗ ବର୍ତ୍ତମାନ ପାଲଟିଛନ୍ତି ଏହି ନିଶା ସାମଗ୍ରୀର ସବୁଦିନିଆ ଗ୍ରାହକ । ଆଉ ଏହି ବ୍ୟବସାୟ କରି ନିଜର କଳା ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିପଡିଛନ୍ତି ନିଶା ମାଫିଆ । ଅନେକ ବ୍ୟବସାୟୀ ବର୍ତ୍ତମାନ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି । କିନ୍ତୁ ଏବେବି ଅନେକ ମାଫିଆ ବେଧଡକ ଭାବରେ ଚଲାଇଛନ୍ତି ଏହି ବେଆଇନ ବେପାର ।

ତେବେ ଗତ ୫ ମାସ ମଧ୍ୟରେ କଟକରୁ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ସେହିଳି ୫୦୦ରୁ ଊର୍ଦ୍ଧ୍ଵ ଗ୍ରାମର ବ୍ରାଉନ ସୁଗାର ମଧ୍ୟ ଜବତ କରିଛି ବିଭାଗ । ଏହି ମାମଲାରେ ୨୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ବର୍ତ୍ତମାନ ବିଶେଷ ଭାବରେ ବିଭିନ୍ନ ଡ୍ୟାନ୍ସ ବାର ଓ ପପ୍‌ରେ ଚାଲିଛି ଏହି ବେଆଇନ କାରବାର । ତେବେ ଏହି ଦିଗରେ କଡା ନଜର ରହିବା ସହ ଆଗମୀ ଦିନରେ କଟକରେ ଅବକାରୀ ଚଢ଼ାଉ ଖୁବ ଜୋରସୋର ହେବ ବୋଲି କହିଛନ୍ତି କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ।

ସୂଚନା ଅନୁଯାୟୀ, ଗତ କାଲି କଟକରୁ ୩୦୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ହେବ ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ବିଭାଗ । ଉଭୟଙ୍କୁ ନିଆଳି ସିଥଳ ଅଞ୍ଚଳରୁ ଗିରଫ କରିଛି ସ୍କ୍ୱାର୍ଡ । ଗିରଫ ଅଭିଯୁକ୍ତ ଆଲୋକ ଓ ପ୍ରଦୀପ ସ୍ଥାନୀୟ ନିଆଳି ଅଞ୍ଚଳର ବୋଲି ଜଣାପଡିଥିଲା । ସୂଚନାନୁସାରେ ଏହି ବ୍ରାଉନ ସୁଗାର ବାଲେଶ୍ଵରରୁ କଟକ ଚାଲାଣ ହୋଇଥିଲା । କଟକ ଗ୍ରାମାଞ୍ଚଳର ଅବକାରୀ ଟିମର ସ୍ୱତନ୍ତ୍ର ଯୋଜନା ପରେ ଏହି ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ବିଭାଗ । ଗିରଫ ଦ୍ବୟ ହେଲେ ଆଲୋକ ଓ ପ୍ରଦୀପ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details