ଓଡିଶା

odisha

By

Published : Jan 27, 2021, 12:14 PM IST

ETV Bharat / state

କଟକରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର

ସିଲଭର ସିଟିରେ ଟ୍ରାଫିକ ସମସ୍ୟା ଓ ଡ୍ରେନେଜର ସବୁ ସମସ୍ୟା ଦୂର କରିବାକୁ ସିଏମସି ପକ୍ଷରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

କଟକରେ ଜୋରଦାର ଜବରଦଖଲ ଉଚ୍ଛେଦ
କଟକରେ ଜୋରଦାର ଜବରଦଖଲ ଉଚ୍ଛେଦ

କଟକ:ସିଲଭର ସିଟିରେ ଜୋରଦାର ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା । ଟ୍ରାଫିକ ସମସ୍ୟା ଓ ଡ୍ରେନେଜର ସବୁ ସମସ୍ୟା ଦୂର କରିବାକୁ ସିଏମସି ପକ୍ଷରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

କଟକରେ ଜୋରଦାର ଜବରଦଖଲ ଉଚ୍ଛେଦ

ବିଶେଷ କରି ସିଟିର ଡ୍ରେନ ଉପରେ ରହିଥିବା ଉଠା ଦୋକାନଗୁଡିକୁ ଉଚ୍ଛେଦ କରାଯାଉଛି । ପୂର୍ବରୁ କଟକର ଅନେକ ବଡ଼ ବଡ଼ ସ୍ଥାନରେ ଉଚ୍ଛେଦ ହୋଇଥିଲା । ଆଜି କଲେଜ ଛକରେ ଡ୍ରେନ ଉପରେ ବେଆଇନ ଭାବରେ ଥବା ଉଠା ଦୋକାନର ଉଚ୍ଛେଦ କରିଛି ସିଏମସି ।

ଆଗକୁ ଆସୁଥିବା ମୌସୁମୀ ପାଇଁ ଡ୍ରେନ ସଫା ରଖିବାକୁ ଏହି ଉଚ୍ଛେଦ କରାଯାଉଥିବା କହିଛନ୍ତି ସିଏମସି ଡେପୁଟି କମିଶନର ଅବିନାଶ ରାଉତ । ଉଚ୍ଛେଦ ପ୍ରକ୍ରିୟାରେ ସିଏମସି ଏନଫୋର୍ସମେଣ୍ଟ, ତିନି ପ୍ଲାଟୁନ ଫୋର୍ସ ସହିତ ଆଇଆଇସି ଉପସ୍ଥିତ ଅଛନ୍ତି । ଆଜି କଲେଜ ଛକରୁ ସେଟେଲମେଣ୍ଟ କାର୍ଯ୍ୟାଳୟ ଯାଏଁ ଉଚ୍ଛେଦ ପ୍ରକ୍ରିୟା ରଖାଯାଇଛି ।

ତେବେ ଏହା ସହ କିଛି ମାତ୍ରାରେ ଭେଣ୍ଡିଙ୍ଗ ଯୋନ ମଧ୍ୟ ନିର୍ମାଣ ହୋଇସାରିଛି । ବେଇଅନ ନିର୍ମାଣକୁ ଉଚ୍ଛେଦ କରିବା ପରେ ପୁନଃ ଭେଣ୍ଡିଙ୍ଗ ଯୋନ ନିର୍ମାଣ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ସିଏମସି କମିଶନର ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details