ଓଡିଶା

odisha

ETV Bharat / state

ବିନା ଥଇଥାନରେ ଉଚ୍ଛେଦ, ଗର୍ଜିଲେ ବସ୍ତିବାସିନ୍ଦା - cutack news

ବିକାଶ ନାଁରେ ତାଳଦଣ୍ଡା କେନାଲ ପାର୍ଶ୍ବରେ ଥିବା ବହୁ ପୁରାତନ ଜନବହୁଳ ବସ୍ତି ଗୁଡିକୁ ଆଇନ ଅନୁଯାଇ ଥଇଥାନ ନ କରି ଉଚ୍ଛେଦ କାର୍ଯ୍ୟର ପ୍ରତିବାଦ କରିଛନ୍ତି ବସ୍ତି ବାସିନ୍ଦା । ଅଧିକ ପଢନ୍ତୁ...

ବିନା ଥଇଥାନରେ  ଉଚ୍ଛେଦ, ଗର୍ଜିଲେ ବସ୍ତିବାସିନ୍ଦା
ବିନା ଥଇଥାନରେ ଉଚ୍ଛେଦ, ଗର୍ଜିଲେ ବସ୍ତିବାସିନ୍ଦା

By

Published : Mar 1, 2021, 8:34 PM IST

କଟକ: ବିକାଶ ନାଁରେ ତାଳଦଣ୍ଡା କେନାଲ ପାର୍ଶ୍ବରେ ଥିବା ବହୁ ପୁରାତନ ଜନବହୁଳ ବସ୍ତି ଗୁଡିକୁ ଆଇନ ଅନୁଯାଇ ଥଇଥାନ ନକରି ଉଚ୍ଛେଦ କାର୍ଯ୍ୟର ପ୍ରତିବାଦ କରିଛନ୍ତି ବସ୍ତି ବାସିନ୍ଦା । ଉପଯୁକ୍ତ ଯୋଜନା ନଥାଇ ଉଚ୍ଛେଦ ନିଷ୍ପତିକୁ ପ୍ରତିବାଦ କରିଛି ବସ୍ତି ବାସିନ୍ଦା ମିଳିତ ମଞ୍ଚ । ଏନେଇ କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିନା ଥଇଥାନରେ ଉଚ୍ଛେଦ, ଗର୍ଜିଲେ ବସ୍ତିବାସିନ୍ଦା

ବିନା ନୋଟିସରେ ବସ୍ତି ଉଚ୍ଛେଦ ବନ୍ଦ କରିବା, ବସ୍ତି ବାସିନ୍ଦାମାନଙ୍କୁ ଆଇନସିଦ୍ଧ ଭାବେ ସେମାନଙ୍କର କର୍ମସ୍ଥଳ ନିକଟରେ ଥଇଥାନ କରିବା, ଥଇଥାନ ବସ୍ତି ବାସିନ୍ଦାଙ୍କୁ ଜମିର କାଗଜ ବା ପଟ୍ଟା ଦେବା ଦାବିରେ ଆଜି ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଜୋରଦାର ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି । କଟକ ସହରର ସବୁଠାରୁ ବଡ ଜନବହୁଳ ବସ୍ତିଭାବେ ପରିଚିତ ପିଲିଗ୍ରୀମ୍ ରୋଡ ,ଦାସ ସାହି, ମାଲଗୋଦାମ ବେହେରା ସାହି, ଛତ୍ର ବଜାର ଜାଲୁଆ ସାହି, ଏହା ବ୍ୟତୀତ ଡକ୍ ବସ୍ତି, ତେଲୁଗୁ ବସ୍ତି, ଗୁଡିକୁ ଉଚ୍ଛେଦ କରିବାର ଯୋଜନା କରିଛି ପ୍ରଶାସନ ।

ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ଦାବି କୁହାଯାଇଛି ସମସ୍ତ ବସ୍ତିବାସିନ୍ଦା ମାଲ ଗୋଦାମ, ଛତ୍ର ବଜାର, ବିଭିନ୍ନ ଦୋକାନମାନଙ୍କରେ ଓ ସେହି ସ୍ଥାନରେ ମୂଲ ମଜୁରି, ରିକ୍ସା, ଟଲି ଟଣା କାମ କରି ପରିବାର ପ୍ରତିପୋଷଣ କରନ୍ତି । କର୍ମସ୍ଥଳରେ ଥଇଥାନ ନହେଲେ ବସ୍ତି ବାସିନ୍ଦାମାନେ ଜୀବିକା ହରାଇବେ । ତେଣୁ ଏହି ଦାବି ଉପରେ ଯଦି ଜିଲା ପ୍ରଶାସନ ଧ୍ୟାନ ନଦିଅନ୍ତି, ତେବେ ଏହା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ମଞ୍ଚ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details