କଟକ:ଚା’ ପିଇବା କାହାକୁ ବା ପସନ୍ଦ ନୁହେଁ । ବିଶେଷକରି ସକାଳେ ଆଉ ସନ୍ଧ୍ୟା ସମୟରେ ଏହାର ଚାହିଦା ବେଶ ଅଧିକ ରହିଥାଏ । ଶରୀର ଯେତେ କ୍ଲାନ୍ତ ଥିଲେ ଗରମ ଚା’ ଢୋକେ ପିଇ ଦେଲେ ଯେମିତି ସବୁ କ୍ଲାନ୍ତି କ୍ଷଣିକରେ ଦୂର ହୋଇଯାଏ । ତା' ସହିତ ମନକୁ ଶାନ୍ତି ମିଳେ ବୋଲି କହିଥାଆନ୍ତି ଚା’ ପ୍ରେମୀ । ଶୀତଦିନରେ ଚା'କୁ ଅଧିକ ଖୋଜାପଡେ । ବର୍ତ୍ତମାନ ଐତିହାସିକ କଟକ ବାଲିଯାତ୍ରା ଚାଲିଥିବା ବେଳେ ଏଠାରେ ମଧ୍ୟ ଚା' ପାଇଁ ଟି ଷ୍ଟଲ ଗୁଡିକ ଆଗରେ ଲୋକଙ୍କ ଖଚାଖଚ୍ ଭିଡ ଦେଖିବାକୁ ମିଳୁଛି । ବାଲିଯାତ୍ରାର ଶୀତୁଆ ସନ୍ଧ୍ୟାରେ ଚା' କପେ ସହ ବୁଲାବୁଲି ଓ କିଣାବିକାର ମଜା ନେଉଛନ୍ତି ଦର୍ଶକ ।
Baliyatra 2022: ଶିତୁଆ ସନ୍ଧ୍ୟାରେ କପେ ଚା' ସହ ଜମୁଛି ବାଲିଯାତ୍ରା ବୁଲାବୁଲି - ଜମୁଛି ବାଲିଯାତ୍ରା ବୁଲାବୁଲି
ବାଲିଯାତ୍ରାରେ ଟି ଷ୍ଟଲ ଆଗରେ ଜମୁଛି ଚା' ପ୍ରେମୀଙ୍କ ଭିଡ । କପେ ଚା' ସହ ଶୀତୁଆ ସନ୍ଧ୍ୟାରେ ବାଲିଯାତ୍ରା ବୁଲାବୁଲିର ମଜା ନେଉଛନ୍ତି ଦର୍ଶକ । ଅଧିକ ପଢ଼ନ୍ତୁ
Baliyatra 2022: କପେ ଚା' ସହ ଜମୁଛି ବାଲିଯାତ୍ରା ବୁଲାବୁଲି
ଶୀତ ଦିନେ ଚା’ ପିଇବା ସମସ୍ତଙ୍କ ପସନ୍ଦ । ଚା’ ପ୍ରସ୍ତୁତ କରିବା ସମୟରେ ଭଲ ଚା’ ପତିର ଆବଶ୍ୟକତା ପଡ଼େ । ନଚେତ ଚା’ ପାଟିକୁ ଅରୁଚିକର ହୋଇପଡେ । ତେବେ ଚା’ ପ୍ରସ୍ତୁତ ପାଇଁ ଅନେକ କମ୍ପାନୀ ରହିଛନ୍ତି । ସେମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଫ୍ଲେଭରର ଚା’ପତି ବଜାରକୁ ଛାଡ଼ି ଥାଆନ୍ତି । ଏଥିପାଇଁ ପ୍ରତିଯୋଗିତା ବଢ଼ିଯାଏ । ବାଲିଯାତ୍ରାରେ ମଧ୍ୟ ଚା'ର ଖୁବ୍ ଚାହିଦା ଦେଖିବାକୁ ମିଳୁଛି । ଟି ଷ୍ଟଲଗୁଡିକ ଆଗରେ ଚା' ପିଇବା ପାଇଁ ଲୋକମାନେ ଭିଡ ଜମାଉଛନ୍ତି ।
ଇଟିଭି ଭାରତ, କଟକ
Last Updated : Nov 16, 2022, 11:13 AM IST