ଓଡିଶା

odisha

ETV Bharat / state

ଆସନ୍ତା ୫ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ମୂଲ୍ୟାୟନ - cuttack news

ଅକ୍ଟୋବର 5 ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ଦେଖା ଆରମ୍ଭ ହେବ । ୩୫୩୧ ଜଣ ଶିକ୍ଷକ ଏହି ଖାତାଦେଖା ପ୍ରକ୍ରିୟାରେ ସାମିଲ ହେବେ। ଅଧିକ ପଢନ୍ତୁ...

ଆସନ୍ତା ୫ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ମୂଲ୍ୟାୟନ
ଆସନ୍ତା ୫ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ମୂଲ୍ୟାୟନ

By

Published : Sep 29, 2020, 6:35 PM IST

କଟକ: ଆସନ୍ତା ୫ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମୂଲ୍ୟାୟନ ପ୍ରକ୍ରିୟା। ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀଙ୍କ ଖାତା ଦେଖା ପାଇଁ ୧୨ ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିବା ବେଳେ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ପାଇଁ ୭ ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ୩୫୩୧ ଜଣ ଶିକ୍ଷକ ଏହି ଖାତାଦେଖା ପ୍ରକ୍ରିୟାରେ ସାମିଲ ହେବେ। ଖାତାଦେଖା ପାଇଁ ନିୟୋଜିତ ହୋଇଥିବା ଶିକ୍ଷକଙ୍କ ନାମ ବୋର୍ଡ ୱେବ ସାଇଟରେ ଉପଲବ୍ଧ।

ବୋର୍ଡ ୱେବ ସାଇଟ www.bseodisha.ac.in ରୁ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ ନିଯୁକ୍ତିପତ୍ର ଡାଉନଲୋଡ କରି ମୂଲ୍ୟାୟନ କେନ୍ଦ୍ରକୁ ପ୍ରବେଶ କରିପାରିବେ। ପରିକ୍ଷକ ମାନେ ୪ ତାରିଖ ସକାଳ ୧୦ ଟାରେ ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ ରହିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୪ ରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହୋଇଛି ଉଭୟ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟର ପରୀକ୍ଷା । କୋଭିଡ ୧୯ ନିୟମକୁ କଡାକଡି ପାଳନ କରାଯାଇ ପରୀକ୍ଷା ପରିଚାଳନା କରାଯାଇଛି। ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୨୨ ହଜାର ୬୪୯ ପରୀକ୍ଷାର୍ଥୀ ଓ ମୁକ୍ତ ବିଦ୍ୟାଳୟ ପାଇଁ ୧୨ ହଜାର ୯୩୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ସେହିପରି ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀଙ୍କ ପାଇଁ ୧୫୩ ଟି ପରୀକ୍ଷାକେନ୍ଦ୍ର କରାଯାଇଥିଲା ବେଳେ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ପାଇଁ ୮୮ଟି କେନ୍ଦ୍ର କରାଯାଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details