ଓଡିଶା

odisha

ETV Bharat / state

ଆସନ୍ତାକାଲି ପାଳନ ହେବ ଇଦ: ମସଜିଦରେ ସମୂହ ନମାଜ ପାଠକୁ ନା - Eid-ul-fitar

ଆସନ୍ତାକାଲି ସମଗ୍ର ଓଡିଶାବାସୀ ପାଳିବେ ଇଦ । ଚଳିତଥର ମସଜିଦରେ ସମୂହ ନମାଜ ପାଠ ଉପରେ ଲାଗିଲା କଟକଣା । ଅଧିକ ପଢନ୍ତୁ...

ଆସନ୍ତାକାଲି ପାଳନ ହେବ ଇଦ; ମସଜିଦରେ ସମୂହ ନମାଜ ପାଠକୁ ନା
ଆସନ୍ତାକାଲି ପାଳନ ହେବ ଇଦ; ମସଜିଦରେ ସମୂହ ନମାଜ ପାଠକୁ ନା

By

Published : May 13, 2021, 8:04 PM IST

କଟକ: କୋଭିଡ କଟକଣା ଓ ଲକଡାଉନ ଭିତରେ ଆସନ୍ତାକାଲି ପାଳନ ହେବ ଇଦ ପର୍ବ । ସମଗ୍ର ଓଡିଶାରେ ଇସଲାମଧର୍ମାବଲମ୍ବୀ ବ୍ୟକ୍ତି ପାଳନ କରିବେ ଇଦ-ଉଲ-ଫିତର । କୋଭିଡ ଗାଇଡଲାଇନ ଅନୁଯାୟୀ, ଚଳିତ ଥର ସମୂହ ନମାଜ ପାଠ ଉପରେ କଟକଣା ଲଗାଯାଇଥିବାବେଳେ ମସଜିଦରେ କେବଳ 5 ଜଣଙ୍କୁ ନେଇ ନମାଜ ପାଠ ହେବ । ସମସ୍ତଙ୍କୁ ଘରେ ରହି ସରକାରଙ୍କ ଗାଇଡଲାଇନ ମାନି ଏହାକୁ ପାଳନ କରିବା ପାଇଁ ଆହ୍ବାନ କରାଯାଇଛି । ହ୍ବାଟ୍ସଆପ ଜରିଆରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ପାଇଁ ନିବେଦନ କରାଯାଇଛି । ଏହି ମହାମାରୀ ଠାରୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ପ୍ରାର୍ଥନା କରିବା ପାଇଁ ନିବେଦନ କରିଛନ୍ତି ଇସଲାମ ଧର୍ମଗୁରୁ ।

ଆସନ୍ତାକାଲି ପାଳନ ହେବ ଇଦ; ମସଜିଦରେ ସମୂହ ନମାଜ ପାଠକୁ ନା

ସମଗ୍ର ରାଜ୍ୟରେ ପାଳନ କରାଯିବ ଇଦ ପର୍ବ । ଲକଡାଉନ କଟକଣା ଭିତରେ ଘରେ ରହି ଇଦ ପର୍ବ ପାଳନ କରିବେ ଇସଲାମ ଧର୍ମାବଲମ୍ବୀ ବ୍ୟକ୍ତି । ସରକାରଙ୍କ ସମସ୍ତ ଗାଇଡଲାଇନ ପାଳନ କରି ଇଦ ପାଳନ କରିବା ପାଇଁ ଇସଲାମ ଧର୍ମଗୁରୁ ନିବେଦନ କରିଛନ୍ତି । କୋରୋନା କଟକଣା ଓ ଲକଡାଉନ ଯୋଗୁଁ ମସଜିଦ ତଥା ଅନ୍ୟ କୌଣସି ସ୍ଥାନରେ ହେବ ନାହିଁ ସମୂହ ନମାଜ ପାଠ । କେବଳ 5 ଜଣଙ୍କୁ ନେଇ ମସଜିଦ ଭିତରେ ଇଦ ନମାଜ ପାଠ କରାଯିବ ।

ବୁଧବାର (ଗତକାଲି) ରମଜାନ ମାସର 29 ରୋଜା ଥିଲା । ଦେଶର କୌଣସି ସ୍ଥାନରେ ଦେଖା ଦେଇନଥିଲା ଚନ୍ଦ୍ର । ଆଜି 30 ରୋଜା ହୋଇଥିବାବେଳେ ଆସନ୍ତାକାଲି ପାଳନ ହେବ ଇଦ ପର୍ବ । ସରକାର ଓ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ବିଭିନ୍ନ ମସଜିଦ କମିଟି ପକ୍ଷରୁ ନିବେଦନ କରାଯାଇଛି । ଖାଲି ଏତିକି ନୁହେଁ କାହା ଘରକୁ ନଯାଇ ହ୍ବାଟ୍ସଆପ ମାଧ୍ୟମରେ ପରସ୍ପରକୁ ଇଦ ଶୁଭେଚ୍ଛା ଜଣାଇବା ପାଇଁ ଆହ୍ବାନ ଦିଆଯାଇଛି । ସେପଟେ ଇଦ ଉପଲକ୍ଷେ ସମଗ୍ର ଦେଶକୁ କୋଭିଡ ମହାମାରୀ ଠାରୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ପ୍ରାର୍ଥନା କରିବା ପାଇଁ ନିବେଦନ କରିଛନ୍ତି ଇସଲାମ ଧର୍ମଗୁରୁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details