ଓଡିଶା

odisha

By

Published : Jan 2, 2021, 8:05 PM IST

ETV Bharat / state

ବଢୁଛି ଲୋକଙ୍କ ଚାହିଦା, ଆକାଶଛୁଆଁ ହେଉଛି ତେଲଦର

ଖାଇବା ତେଲଦର ଧୀରେ ଧୀରେ ଆକାଶଛୁଆଁ ହେବାରେ ଲାଗିଛି । ମଧ୍ୟବିତ୍ତ ପରିବାର ତେଲଦରକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Edible oil increases gradually after luckdown
ବଢୁଛି ଲୋକଙ୍କ ଚାହିଦା, ଆକାଶଛୁଆଁ ହେଉଛି ତେଲଦର

କଟକ:ଲକଡ଼ାଉନ ପରେ ଲୋକମାନଙ୍କର ଚାହିଦା ବଢିବାରୁ ତେଲ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖାଇବା ତେଲ ଦର ଏଭଳି ଅଧିକ ହେବା ପ୍ରଥମ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।

କୋରୋନା ପାଇଁ ଲକଡାଉନ ଲାଗୁ ହେବା ପରେ ଫ୍ୟାକ୍ଟ୍ରି ବନ୍ଦ ହେବା ଦ୍ବାରା କର୍ମଚାରୀ ଘରମୁହାଁ ହୋଇଥିଲେ । କିନ୍ତୁ ସ୍ଥିତି ସୁଧୁରିବା ସହିତ ଲୋକଙ୍କ ଚାହିଦା ବଢିବାକୁ ଲାଗିଲା । ଲୋକଙ୍କ ଆବଶ୍ୟକ ଅନୁଯାୟୀ ଉତ୍ପାଦ ହୋଇପାରୁ ନଥିବାରୁ ତେଲ ଦର ବୃଦ୍ଧି ପାଉଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।

ବଢୁଛି ଲୋକଙ୍କ ଚାହିଦା, ଆକାଶଛୁଆଁ ହେଉଛି ତେଲଦର

ବଜାରରେ ଫ୍ରିଡ଼ମ ତେଲ ଲିଟର ପ୍ରତି ୧୩୦ ଟଙ୍କା, ସନଫ୍ଲାୱାର ଲିଟର ପ୍ରତି ୧୩୦, ରାଇସବ୍ରେନ ୧୩୫, ଫର୍ଚ୍ୟୁନ ୧୩୫, ରୁଚି ଗୋଲ୍ଡ ଲିଟର ପିଛା ୧୧୫ ଟଙ୍କାରେ ବଜାରରେ ବିକ୍ରୟ ହେଉଛି । ଯେଉଁ ତେଲ ଦର ଲକଡାଉନ ପୂର୍ବରୁ ଲିଟର ପ୍ରତି ୭୦ରୁ ୮୦ ଟଙ୍କାରେ ବିକ୍ରୟ ହେଉଥିଲା ଏବେ ତାହା ୫୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ଆଗକୁ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବ୍ୟବସାୟ ସଂଘ ପକ୍ଷରୁ କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details