କଟକ: ନକଲି ସିିମେଣ୍ଟ କାରବାର କରି ଫସିଲେ ବ୍ୟବସାୟୀ । କଟକ ଜିଲ୍ଲାର ଜଗତପୁର ଅଞ୍ଚଳରେ ନକଲି ସିମେଣ୍ଟ କରାଖାନା ଠାବ କରିଛି ପୋଲିସ । ଘଟଣାରେ ଜଣଙ୍କୁ ଅଟକ ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
କଟକରେ ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଅଟକ
କଟକରେ ନକଲି ସିମେଣ୍ଟ କାରଖାନା ଠାବ କରିଛି ପୋଲିସ । ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...
କଟକରେ ନକଲି ସିମେଣ୍ଟ କାରଖାନା ଠାଵ
ନକଲି ସିମେଣ୍ଟ ବେପାର କରି ଲୋକଙ୍କୁ ଠକି ଚାଲିଥିଲେ ସିମେଣ୍ଟ ବ୍ୟବସାୟ । ଭେଜାଲ ସିମେଣ୍ଟର ଅବଧି ଶେଷ ହୋଇଥିବା ସୁଦ୍ଧା ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ବିଭିନ୍ନ ଅପମିଶ୍ରିତ ଦ୍ରବ୍ୟର ବ୍ୟବହାର ହେଉଥିଲା । ଏହାର ଖବର ପାଇ ଜଗତପୁର ଥାନା ପୋଲିସ ଉକ୍ତ କାରଖନାରେ ଅଚାନକ ଚଢାଉ କରିଥିଲା । ଚଢାଉରେ ଲକ୍ଷାଧିକ ଟଙ୍କାର ନକଲି ସିମେଣ୍ଟ ଜବତ ସହ ଗୋଟିଏ ଟ୍ରକକୁ ଜବତ କରିଛି ପୋଲିସ । ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ